ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବେନି କୋହଲି, କହିଲେ ଓ୍ବାଇଟ୍ ବଲ…

1 min read

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ ଭାରତ । ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ୩ଟି ଟେଷ୍ଟ ଏବଂ ଦିନିକିଆ ଖେଳିବା ସହ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଛି । ବିଶ୍ବକପରେ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିବେ ବୋଲି କୁହାଯାଉଥିଲା। କିନ୍ତୁ କୋହଲି ବିସିସିଆଇକୁ ଏକ ସୂଚନା ଦେଇଛନ୍ତି କି, ସେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳି ପାରିବେ ନାହିଁ । ହ୍ବାଇଟ୍ ବଲରୁ ବିରତି ଦରକାର ବୋଲି ଲେଖିଛନ୍ତି। ତେବେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବେନି କୋହଲି। କେବଳ ଟେଷ୍ଟ ମ୍ୟାଚ ଖେଳିବେ। ବିରାଟ କୋହଲି ଲଣ୍ଡନରେ ଛୁଟି କାଟୁଛନ୍ତି। ସେପଟେ ରୋହିତ ଶର୍ମା ବ୍ରିଟେନରେ ରହିଥିବାବେଳେ ସେ ମଧ୍ୟ ଖେଳିନପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳରେ କାହା ଉପରେ ଗୁରୁ ଦାୟିତ୍ବ ରହିବ ତାଉପରେ ରହିଛି ନଜର ।

ସେପଟେ କୋହଲି ହ୍ବାଇଟ୍ ବଲ ଖେଳିବାରୁ ବିରତି ନେବା କଥା କହିଥିବାବେଳେ ସେ ଅବସର ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ନେଇ କୋହଲି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ନିକଟରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପରେ କୋହଲି ସର୍ବାଧିକ ସ୍କୋର କରିଥିଲେ । ଦମଦାର ବ୍ୟାଟିଂ କରିବା ସହ କ୍ରିଡ଼ାପ୍ରେମୀଙ୍କ ମନ ଜିଣିଥିଲେ । ମାତ୍ର ଭାରତର ଫାଇନାଲ ପରାଜୟ ଆଜି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।