’ଭାରତକୁ ୨୦୨୭ ବିଶ୍ବକପ ଜିତାଇବା ମୋର ଲକ୍ଷ୍ୟ’: ସାମ୍ନାକୁ ଆସିଲା ବିରାଟଙ୍କ ୧୫ ସେକେଣ୍ଡର ଭିଡିଓ

ମାତ୍ର ୧୫ ସେକେଣ୍ଡ ମଧ୍ୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ବଡ଼ ଖୁସି । ବିରାଟଙ୍କ ଅବସରକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ତାହା ସ୍ପଷ୍ଟ ହୋଇଯାଇଛି । ୨୦୨୭ ବିଶ୍ବକପ ଖେଳିବା ପାଇଁ ବିରାଟ ପ୍ରସ୍ତୁତ ହେଉଛନ୍ତି । ଭାରତକୁ ବିଶ୍ବବିଜୟୀ କରାଇବା ବିରାଟଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ୧୫ ସେକେଣ୍ଡର ଭିଡିଓ ଏକ ବଡ଼ ସଙ୍କେତ ଦେଇଛି । ସେ ୨୦୨୭ ବିଶ୍ବକପ୍ କେବଳ ଖେଳିବେନି, ବରଂ ଭାରତକୁ ଜିତାଇବେ ବୋଲି ବିରାଟ କହୁଥିବା ଭିଡିଓରୁ ଜଣାପଡ଼ିଛି ।

ସନ୍ନ୍ୟାସ ଠାରୁ ସେ ଏବେ ବହୁ ଦୂରରେ ରହିଥିବା ବିରାଟ ସ୍ପଷ୍ଟ ଭାବେ କହିଛନ୍ତି । ଭାରତକୁ ୨୦୨୭ ବିଶ୍ବକପରେ ଜିତାଇବା ପାଇଁ ଲକ୍ଷ୍ୟ ରଖିଥିବା ବିରାଟ ଏବେ ଆଇପିଏଲ ଖେଳୁଛନ୍ତି । ସେ ଆରସିବି ପାଇଁ ଖେଳୁଛନ୍ତି । ବିରାଟଙ୍କ ଫ୍ରାଞ୍ଚାଇଜି ଏବେ ୨ଟି ମ୍ୟାଚ ଜିତି ସାରିଛି । ଉକ୍ତ ଦୁଇ ମ୍ୟାଚରେ ବିରାଟ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ।