କ୍ୟାପଟେନ୍ କୋହଲି: ସବଳ ଖେଳାଳି, ଦୁର୍ବଳ ନେତୃତ୍ୱ
1 min readନନ୍ଦିଘୋଷ ବ୍ୟୁରୋ: ଚଳିତ ଟି ୨୦ ବିଶ୍ୱକପରୁ ବିଦାୟ ନେଇସାରିଛି ଭାରତ । ସେମିଫାଇନାଲ ଯିବା ବାଟ ବନ୍ଦ ହୋଇସାରିଥିବା ସ୍ୱତେ ନାମିବିଆ ସହ ଟିମ୍ ଇଣ୍ଡିଆ ଖେଳିବ ଶେଷ ମ୍ୟାଚ । କ୍ୟାପଟେନ୍ସି ରେ ମଧ୍ୟ ଏହା ବିରାଟ କୋହଳିଙ୍କ ଶେଷ ମ୍ୟାଚ ହେବ । ଏହି ମ୍ୟାଚ ଜିତିବା ସହ ବିରାଟ ଅଧିନାୟକ ପଦବୀକୁ ବାଏ ବାଏ କରିବାକୁ ଚାହୁଁଥିବେ । କିନ୍ତୁ ଅସଲ ନିର୍ଣ୍ଣୟ ତ ପଡିଆରେ ହିଁ ଜଣାପଡ଼ିବ । କାରଣ ବିରାଟ କୋହଲି ଏମିତି ଜଣେ କ୍ୟାପଟେନ ଯାହାଙ୍କ ଗଣିତ ଭାରି ଜଟିଳ । ମାନେ ଏକଥା ମଧ୍ୟ କୁହାଯାଇପାରିବ । ବିରାଟ ସବୁଠୁ ଜଣେ ଭଲ ଖେଳାଳୀ, ଆଉ ସବୁଠୁ ଖରାପ କ୍ୟାପଟେନ ।
ସଦ୍ୟ ଅଧିନାୟକ ପଦରୁ ବିଦାୟ ନେବାକୁ ଯାଉଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଅଛପା ନାହିଁ । ପ୍ରତିପକ୍ଷ ଟିମର ବଲ ପଡ଼ିବ ମାନେ ବିରାଟଙ୍କ ବ୍ୟାଟ ଚାଲିବ ହିଁ ଚାଲିବ । ଦଳକୁ ଲିଡ କରିବାରେ ମଧ୍ୟ କିଛି ମାତ୍ରାରେ ତାଙ୍କ ଭୂମିକା ଭଲ ରହିଛି । କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ଭୂମିକା ଫିକା ପଡ଼ିଥିବା ଜଣାଯାଏ । କୋହଲି ଏପର୍ଯ୍ୟନ୍ତ ୬୫ ଟେଷ୍ଟ ମ୍ୟାଚରେ ଅଧିନାୟକାତ୍ୱ ଭାର ସମ୍ଭାଳିଛନ୍ତି । ଯାହା ମଧ୍ୟରୁ ୩୮ ଟି ମ୍ୟାଚରେ ହିଁ ଭାରତ ବିଜୟ ହାସଲ କରିଛି ।
ଇଏ ସେହି ବିରାଟ କୋହଲି । ଯିଏ ଦିନିକିଆ ଅନ୍ତ୍ରର୍ଜାତୀୟ ମ୍ୟାଚରେ ପୂର୍ବତନ କ୍ୟାପଟେନ ଏମଏସ ଧୋନି, ମହମ୍ମଦ ଆଜାରୁଦ୍ଧିନ, ଏବଂ ସୌରଭ ଗାଙ୍ଗୁଲିଙ୍କ ପରେ ଚତୁର୍ଥ ସଫଳ କ୍ୟାପଟେନ । ବିରାଟ ଏବେ ଯାଏଁ ୯୫ଟି ଦିନିକିଆ ମ୍ୟାଟରେ ଟିମ ଇଣ୍ଡିଆର କ୍ୟାପଟେନ ଭାର ସମ୍ଭାଳିଛନ୍ତି । ଏବଂ ଏଥିମଧ୍ୟରୁ ୬୫ ଟି ମ୍ୟାଚରେ ଭାରତକୁ ବିଜୟ ମିଳିଛି । ଯାହା ଏକ ରେକର୍ଡ ମଧ୍ୟ । ଏହା ବ୍ୟତୀତ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୪୯ଟି T20 ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆକୁ ଲିଡ଼ କରିଛନ୍ତି ।
କ୍ୟାପଟେନ କୋହିଲଙ୍କ ବ୍ୟାଟିଂ ରେକର୍ଡ ?
୩୩ ବର୍ଷୀୟ ବିରାଟ କୋହଲି ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ରନ୍ କରିଥିବା ଭାରତୀୟ ଅଧିନାୟକ । କ୍ୟାପଟେନ ଭାବେ ୬୫ଟି ଟେଷ୍ଟ ମ୍ୟାଚ ଖେଳିଥିବା କୋହଲି ୫୬୬୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ରହିଛି ୨୦ଟି ଶତକ ଏବଂ ୧୭ଟି ଅର୍ଦ୍ଧ ଶତକ । ସେହିପରି ବିରହାଟ କୋହଲି ଦିନିକିଆରେ ମଧ୍ୟ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ପରେ ସର୍ବାଧିକ ରନ୍ ଅକ୍ତିଆର କରିଥିବା ଅଧିନାୟକ ।
ବିରାଟ କ୍ୟାପଟନ୍ସିଂ କାଳରେ ୯୫ଟି ୱାନଡ଼େ ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ତନ୍ମଧ୍ୟରୁ ୫୪୪୯ ରନ୍ କେବଳ ନିଜେ ହିଁ ସଂଗ୍ରହ କରିଛନ୍ତି । ଆଉ ଯାହା ମଧ୍ୟରେ ରହିଛି ୨୧ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ । ଯଦି T20 ଇଣ୍ଟରନ୍ୟାସନାଲ କଥା କହିବା ତେବେ ଅଷ୍ଟ୍ରେଲିଆ କ୍ୟାପଟେନ ଏରୋନ୍ ଫିଞ୍ଚଙ୍କ ପରେ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଅଧିନାୟକ । ୪୯ଟି T20ରେ କ୍ୟାପଟେନ କୋହଲି ୧୫୭୦ ରନ୍ କରିଥିବା ରେକର୍ଡ ରହିଛି ।
ବଡ଼ ମୁକାବିଲାରେ ପ୍ଲଫ କ୍ୟାପଟେନ
କଥାଟି ଅଖାଡ଼ୁଆ ଲାଗୁଥିଲେ ମଦ୍ୟ ସ୍ୱୀକାର କରିବାକୁ ପଡ଼ିବ । କାରଣ କ୍ରିକେଟ ଅତୀତ କହୁଛି, ଯେତେବେଳେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ବଡ଼ ମୁକାବିଲାରେ ପହଁଚେ, ସେତେବେଳେ କୋହଲିଙ୍କ ଅଧିନାୟତ୍ୱ କାମ କରେନି । ଅର୍ଥାତ ଏକଦମ ଫ୍ଲପ ସାବ୍ୟସ୍ତ ହୁଏ କ୍ୟାପଟେନ୍ସିଂ । ୨୦୧୭ ମସିହା ଚମ୍ପିଆନସିପ ଟ୍ରଫି ଫାଇନାଲରେ ବିରାଟ କୋହଲିଙ୍କ ଟିମକୁ 180 ରନର ଏକ ବୃହତ ବ୍ୟବଧାନରେ ଚକମା ଦିଏ ପ୍ରତିପକ୍ଷ ପାକିସ୍ତାନ । ଏହି ମ୍ୟାଚରେ ଭାରତ ଟସ ଜିତିଥିବା ସ୍ୱତେ ବିରାଟ ବୋଲିଂ କରିବାର ନିଷ୍ପତ୍ତି ନିଅନ୍ତି । ଯାହା ସେଦିନର ଗଣିତକୁ ଏକଦମ ବିଗାଡ଼ିଦିଏ । ଏବଂ ଭାରତ ଏକ ବଡ଼ ପରାଜୟର ସମ୍ମୁଖୀନ ହୁଏ । ସେହିପରି ୨୦୧୯ ୱାର୍ଲ୍ଡ କପରେ ଭାରତ ଭଲ ପ୍ରଦର୍ଶ କରିବା ସହ ସେମିଫାଇନାଲ ପାଇଁ ସ୍ଥାନ ଚୟନ କରିସାରିଥିଲା । କିନ୍ତୁ କ୍ୟାପଟେନ କୋହଲିଙ୍କ ନେତୃତ୍ୱରେ ସେଦିନ ମଧ୍ୟ ଭାରତ ଫ୍ଲପ ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ୧୮ ରନରେ ହାରିବାକୁ ବାଧ୍ୟ ହୋଇଥିଲା ।
ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ଜାହିର କରିଥିବା କୋହଲି ବ୍ରିଗେଡ଼ ଆଇସିସି ଟେଷ୍ଟ ଚମ୍ପିଆନସିପ୍ ନେବାର ହକଦାର ରହିଥିଲା । କିନ୍ତୁ ସାଉଥହାମ୍ପଟେନ ଫାଇନାଲ ମୁକାବିଲାରେ ବିରାଟ ବାହିନୀର କିସମତ ପୁଣି ଥରେ ଦଗା ଦେଇଥିଲା । ଟସ ହାରିଥିବା ଚିମ୍ ଇଣ୍ଡିଆ ୮ ୱିକେଟରେ ମ୍ୟାଚ ବି ହାରିଥିଲା । ଯଦି ଦେଖିବା ଲମ୍ବା ସମୟ ଧରି IPLରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଲିଡ କରୁଥିବା କ୍ୟାପଟେନ ବିରାଟ ଆଜି ପର୍ଯ୍ୟନ୍ତ ବିଜୟୀ ହୋଇ ପାରୁନାହାଁନ୍ତି । ଆଉ ଏବେ ଚାଲିଥିବା T20 ୱାର୍ଲଡକପରେ ମଧ୍ୟ ସ୍ଥିତି କିଛି ସେମିତି । ପ୍ରଥମେ ପାକିସ୍ତାନ ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଟିମ୍ । ଯାହା ପୁଣି ଥରେ ପ୍ରମାଣିତ କରିଛି ଯେ ବିରାଟଙ୍କ ଭାଗ୍ୟ ସାଥ ଦେଉନି । ସେଥିପାଇଁ ହିଁ ସେ ସବୁଠୁ ଭଲ ଖେଳାଳୀ, ଖରାପ କ୍ୟାପଟେନ..