ଅଣ୍ଡର-୧୯ ଫାଇନାଲ ଫାଇଟ ପୂର୍ବରୁ ଯୁବ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ବିରାଟ

1 min read

ନୂଆଦିଲ୍ଲୀ: ଭାରତ ପୁଣି ଥରେ ଅଣ୍ଡର-୧୯ ବିଶ୍ୱକପରେ ତା’ର ସ୍ଥାନ ପକ୍କା କରିଛି । ଅଷ୍ଟ୍ରେଲିଆକୁ ୯୪ ରନରେ ପରାସ୍ତ କରି ଲଗାତର ଚତୁର୍ଥ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଶନିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଭାରତ ଇଂଲଣ୍ଡକୁ ଭେଟିବ । ତେବେ ଶନିବାର ଫାଇନାଲ ଫାଇଟ ପୂର୍ବରୁ ଅଣ୍ଡର-୧୯ ଦଳର ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ।

ଅଣ୍ଡର-୧୯ ଦଳର ସଦସ୍ୟ କୌଶଳ ତାମ୍ବେ ଓ ରାଜବର୍ଦ୍ଧନ ହାଙ୍ଗରଗେକର ବିରାଟଙ୍କ ସହ କଥା ହୋଇଥିଲେ । ଯାହା ଫଟୋ ସେମାନେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଦାନ କରିଥିଲେ । କୌଶଲ ତାମ୍ବେ ବିରାଟଙ୍କୁ ମହାନ ଖେଳାଳି କହିବା ସହ ଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଟିପ୍ସ ଭଲ କାମ ଦେବ ବୋଲି କହିଛନ୍ତି । ସେହିପରି ରାଜବର୍ଦ୍ଧନ ଲେଖିଥିଲେ ବିରାଟ ଭାଇଙ୍କ ସହ କଥା ହୋଇ ଭଲ ଲାଗୁଛି । ସେ ନିଜ ଜୀବନ ଓ କ୍ରିକେଟ ବାବଦରେ ଅନେକ କିଛି କହିଥିଲ । ଯାହା ସେମାନଙ୍କୁ ଅନେକ ସାହାର୍ଯ୍ୟ କରିବ ବୋଲି ସେ ଲେଖିଥିଲେ ।

ବିରାଟ କୋହଲି ୨୦୦୮ରେ ଅଣ୍ଡର-୧୯ ବିଶ୍ୱକପ ଜିତିସାରିଛନ୍ତି । ୨୦୦୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ଟ୍ରଫି ଜିତିଥିଲା । ତେବେ ଚଳିତ ଅଣ୍ଡର-୧୯ ବିଶ୍ୱକପରେ ଭାରତ ଫାଇନାଲ ଟିକେଟ ହାତେଇଛି । ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ୯୪ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଫାଇନାଲ ଫାଇଟରେ ଶନିବାର ଭାରତ ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚକୁ ଜିତି ଭାରତ ପଞ୍ଚମ ଥର ପାଇଁ ଟ୍ରଫି ଜିତିବାକୁ ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।

Leave a Reply