ବିରାଟଙ୍କ ୧୭ ବର୍ଷର କ୍ୟାରିୟରରେ କେବେ ଏମିତି ହୋଇନି, ଏବେ କଣ ଦେଉଛି ସୂଚନା
1 min readନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି । ନିଜର ଦମଦାର ପ୍ରଦର୍ଶନ ପାଇଁ ସାରା ବିଶ୍ବରେ ପରିଚିତ ହୋଇଥିବାବେଳେ ତାଙ୍କ ବ୍ୟାଟିଂ ଶୈଳୀକୁ ସମସ୍ତେ ପସନ୍ଦ କରିଥାନ୍ତି । ଅନେକ ରେକର୍ଡର ଅଧିକାରୀ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି କି, ସେ ଅବସର ନେଇପାରନ୍ତି । ୨୦୦୮ ମସିହାରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା କୋହଲିଙ୍କ ୧୭ ବର୍ଷର କ୍ୟାରିୟରରେ ୨୦୨୪ ବହୁତ ଖରାପ ରହିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ସେମିତି ଆଖି ଦୃଷ୍ଟିଆ ପ୍ରଦର୍ଶନ କରିନାହାନ୍ତି । ଯଦି ଟେଷ୍ଟ କଥା କହିବା ତାହେଲେ ବର୍ଷରେ ମାତ୍ର ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ରହିଛି । ସେପଟେ କିନ୍ତୁ ଦିନିକିଆରେ ଗୋଟିଏ ମଧ୍ୟ ଶତକ କିମ୍ବା ଅର୍ଦ୍ଧଶତକୀୟ ପାଳି ଖେଳି ନାହାନ୍ତି । ଯଦି ଟି-୨୦ କଥା କହିବା ତାହେଲେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଚଳିତ ବର୍ଷ ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ଆଗାମୀ ଦିନରେ ଅବସର ନେଇପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ୩୬ ବର୍ଷୀୟ କୋହଲିଙ୍କ ଟିମ ଇଣ୍ଡିଆ ପାଇଁ ଅନେକ ଅବଦାନ ରହିଥିବାବେଳେ ଭାରତକୁ ବହୁ ବିଜୟ ଦେଇଛନ୍ତି ।