spot_img

Latest Posts

ଗମ୍ଭୀରଙ୍କ ସାଙ୍ଗରେ ଆସିଲେନି ରୋହିତ ଓ ବିରାଟ: ତୃତୀୟ ଦିନିକିଆ ପୂର୍ବରୁ କ’ଣ ହୋଇଥିଲା ?

ଆଜି ବିଶାଖାପଟନମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ଦ୍ବିପ୍ରହର ୧.୩୦ରୁ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ତା’ ପୂର୍ବରୁ ଅଭ୍ୟାସ ସେସନ ହୋଇଥିଲା, ଯେଉଁଥିରେ କି କେବଳ ୪ ଜଣ ଖେଳାଳି ସାମିଲ ହୋଇଥିଲେ । ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଏଥିରେ ସାମିଲ ହୋଇନଥିଲେ । ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ଓ୍ବାଶିଂଟନ ସୁନ୍ଦର ଓ ନୀତିଶ କୁମାର ରେଡ୍ଡୀ ଅଭ୍ୟାସ ସେସନରେ ଭାଗ ନେଇଥିଲେ ।

ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ବ୍ୟତୀ ସହଯୋଗୀ ଷ୍ଟାଫଙ୍କ ଅନ୍ୟ ସଦସ୍ୟ ମଧ୍ୟ ସେସନରେ ପହଞ୍ଚିଥିଲେ । ପ୍ରକୃତ କଥା ହେଉଛି ତୃତୀୟ ମ୍ୟାଚ ପାଇଁ ଭାରତୀୟ ଟିମ୍ କୌଣସି ଅଭ୍ୟାସ ସେସନ ରଖିନଥିଲା ଓ ଏହା ବିକଳ୍ପ ସେସନ ରହିଥିଲା । ସେଥିପାଇଁ ୪ ଜଣ ଖେଳାଳିଙ୍କ ବ୍ୟତୀତ ରୋହିତ-ବିରାଟଙ୍କ ସମେତ ଅନ୍ୟ ସଭି ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ମ୍ୟାଚ ଜୟସ୍ବାଲ ଓ ସୁନ୍ଦରଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ । ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ରୋହିତଙ୍କ ସହିତ ଜୟସ୍ବାଲ ଦୁଇଟି ମ୍ୟାଚରେ ଓପନିଂ କରିବାର ସୁଯୋଗ ପାଇଥିଲେ । ମାତ୍ର ସେ ୨ଟି ପାଳିରେ କେବଳ ୪୦ ରନ୍ ସଂଗ୍ରହ କରିଛନ୍ତି । ଦିନିକିଆ ଟିମରେ ସ୍ଥାନ ପାଇବା ପାଇଁ ହେଲେ ଆଜିର ମ୍ୟାଚରେ ଜୟସ୍ବାଲଙ୍କୁ ବଡ଼ ସ୍କୋର କରିବା ଜରୁରୀ । ସେହିପରି ସୁନ୍ଦର ରାଞ୍ଚି ମ୍ୟାଚରେ କେବଳ ୧୩ ରନ୍ ଓ ଦ୍ବିତୀୟ ମ୍ୟାଚରେ ୧ ରନ୍ କରି ଆଉଟ୍ ହୋଇଥିଲେ । ଏଥିସହି ସେ ଗୋଟିଏ ବି ଓ୍ବିକେଟ ନେଇ ପାରିନାହାନ୍ତି । ଦିନିକିଆ ଟିମର ଉପଅଧିନାୟକ ଶ୍ରେୟସ ଆୟରଙ୍କ ସ୍ଥାନରେ ୪ ନମ୍ବରରେ ଖେଳିଥିବା ଋତୁରାଜ ଗାୟକଓ୍ବାଡ ପ୍ରଥମ ମ୍ୟାଚରେ ଶୀଘ୍ର ଆଉଟ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଶତକ ହାସଲ କରିଥିଲେ ।

Latest Posts

Don't Miss