ଶହେ ଟେଷ୍ଟରେ ଇତିହାସ ରଚିବେ କୋହଲି, ସଚିନ-ଦ୍ରାବିଡଙ୍କ ସହ ହେବେ ସମକ୍ଷକ

1 min read

ମୋହାଲି: ଆସନ୍ତାକାଲିଠାରୁ ମୋହାଲୀଠାରେ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଏହି ମ୍ୟାଚ ଟିମ୍ ଇଣ୍ଡିଆନର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଐତିହାସକ ଅଟେ । କାହିଁକି ନା ଏହି ମ୍ୟାଚ ବିରାଟଙ୍କ ପାଇଁ ୧୦୦ ତମ ଟେଷ୍ଟ ମ୍ୟାଚ । ଯେଉଁଥି ପାଇଁ ଏହି ମ୍ୟାଚ ବିରାଟଙ୍କ ଐତିହାସକ ମ୍ୟାଚ ଅଟେ । ତେବେ ଏହି ମ୍ୟାଚରେ ଆଉ ଏକ ରେକର୍ଡ କରିବାରେ ସୁଯୋଗ ରହିଛି । ମୋହାଲି ଟେଷ୍ଟରେ ୮ ହଜାର ରନ କ୍ଲବରେ ସାମିଲ ହୋଇପାରନ୍ତି ବିରାଟ କୋହଲି । ବିରାଟ କୋହଲି ୮ ହଜାର ରନ କ୍ଲବରେ ସାମିଲ ହେବା ପାଇଁ ମାତ୍ର ୩୮ ରନ ଆବଶ୍ୟକ । ବିରାଟଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହେଓ୍ୱାଗ ଓ ଭିଭିଏସ ଲକ୍ଷ୍ମଣ ଏହି ସଫଳତା ହାସଲ କରିସାରିଛନ୍ତି ।

ତେବେ ଯଦି ବିରାଟ କୋହଲି ମୋହାଲି ଟେଷ୍ଟରେ ୩୮ ରନ୍ କରନ୍ତି ତେବେ ସବୁଠାରୁ ଦ୍ରୁତ ୮ ହଜାର ରନ୍ କରିଥିବା ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇପାରିବେ । ବିରାଟ ୧୬୮ ପାଳିରେ ଏହି ସଫଳତା ହାସଲ କରିବେ । ଏହା ପୂର୍ବରୁ ସଚିନ ତେନ୍ଦୁଲକର ୧୫୪ଟି ପାଳିରେ ୮୦୦୦ ରନ୍ ପୂରଣ କରିଥିଲେ । ସଚିନଙ୍କ ପରେ ରାହୁଲ ଦ୍ରାବିଡ ୧୫୮, ବିରେନ୍ଦ୍ର ସେହଓ୍ୱାଗ ୧୬୦, ସୁନୀଲ ଗାଭାସ୍କର ୧୬୬ ପାଳିରେ ଏହି କାରନାମା କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ଦମଦାର ରହିଛି । ଶ୍ରୀଲଙ୍କା ଯେତେବେଳେ ଶେଷ ଥର ପାଇଁ ଭାରତ ଗସ୍ତ ଆସିଥିଲା ସେତେବେଳେ ବିରାଟ ୩ଟି ମ୍ୟାଚରେ ୬୧୦ ରନ୍ କରିଥିଲେ ।

 

Leave a Reply