ଜନ୍ମଦିନରେ ଏମିତି ହେଲା କୋହଲୀଙ୍କ କେକ୍ ଥେରାପୀ, ପାର୍ଟିରେ ଅନୁଷ୍କାଙ୍କ ସହ RCB ଟିମ ମଧ୍ୟ ସାମିଲ

ଦୁବାଇ: ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲୀ ଆଜି ୩୨ତମ ଜନ୍ମଦିନ ପାଳନ କରିଛନ୍ତି । କୋହଲୀ ନିଜ ୩୨ ତମ ଜନ୍ମଦିନ ନିଜ ଆଇପିଏଲ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରର ଖେଳାଳୀଙ୍କ ସହ ସେଲିବ୍ରେଟ କରିଛନ୍ତି । କୋହଲୀଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏହି ପାର୍ଟିରେ ସାମିଲ ଥିଲେ ।

ଏହି ଫଟୋରେ ବିରାଟ କୋହଲୀଙ୍କ ଚେହେରାରେ କେକ୍ ଲାଗିଥିବା ଦେଖିବାକୁ ମିଳୁଛି । ସାଥି ଖେଳାଳୀ ମାନେ ବିରାଟଙ୍କ ଚେହେରାରେ କେକ୍ ଥେରାପୀ କରିଥିଲେ ।

ହାଇଦ୍ରାବାଦ ବିରୋଧରେ ଏଲିମିନେଟର ମ୍ୟାଚ ପୂର୍ବରୁ କୋହଲୀଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଟିମର ସାଥି ଖେଳାଳୀ ସହିତ ଖୁବ ଶାନଦାର ବାର୍ଥ ଡେ ସେଲିବ୍ରେଟ କରିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସର ଟିମ ପ୍ଲେ ଅଫ ପାଇଁ କ୍ୱାଲିଫାୟ କରିସାରିଛି । ପଏଣ୍ଟ ଟେବୁଲରେ ଟିମ ଚତୁର୍ଥ ସ୍ଥାନରେ ରହିଛି । ଶୁକ୍ରବାର ଦିନ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିକା ହେବ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ସନରାଇଜରର୍ସ ହାଇଦ୍ରାବାଦ ସହ ।

କୋହଲି ୨୦୦୮ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏଯାବତ ସେ ୮୬ଟି ଟେଷ୍ଟ ମ୍ୟାଚ, ୨୪୮ଟି ୱାନଡେ ଏବଂ ୮୨ଟି ଟି୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିସାରିଛନ୍ତି । ଆଇସିସିର ବ୍ୟାଟସମ୍ୟାନଙ୍କ ଦିନିକିଆ ରାଙ୍କିଂରେ ବିରାଟ ପ୍ରଥମ ସ୍ଥାନରେ ଅଛନ୍ତି ।

ଅନ୍ୟପଟେ ଟେଷ୍ଟ ମ୍ୟାଟରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ଟି ୨୦ରେ ନବମ ସ୍ଥାନରେ ଅଛନ୍ତି ।

Leave a Reply