କଣ ହେଲା ବିରାଟଙ୍କର ? ମ୍ୟାଚ ମଝିରେ ହେଲା ହାର୍ଟବିଟ୍ ଚେକ୍ !

ନନନ୍ଦିଘୋଷ ବ୍ୟୁରୋ: ଚାଲିଥିଲା ମ୍ୟାଚ୍, ହଠାତ୍ ଚମକି ପଡ଼ିଥିଲେ ବିରାଟଙ୍କ ଫ୍ୟାନ୍ସ । କାରଣ ମ୍ୟାଚ ମଝିରେ ବିରାଟ ହାର୍ଟରେ ମାରିଲେ ହାତ । ହାର୍ଟବିଟ୍ ବିରାଟଙ୍କର ଚେକ୍ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ ସମୟରେ ଏମିତି କିଛି ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍ସମାନେ ଚାହିଁ ରହିଥିଲେ । ତେବେ ବିରାଟଙ୍କର କଣ ହେଲା ବୋଲି ଫ୍ୟାନ୍ସମାନେ ଚକିତ ହୋଇଥିଲେ ।
ରାଜସ୍ଥାନ ବିପକ୍ଷ ମ୍ୟାଚଟି ବାଙ୍ଗାଲୋର ୯ ଓ୍ବିକେଟରେ ଜିତିନେଇଥିଲା । ଏହି ମ୍ୟାଚରେ ବିରାଟ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ବ୍ୟାଟିଂ କରୁଥିବାବେଳେ ୧୫ତମ ଓଭରରେ ଦୌଡ଼ିବାବେଳେ କଷ୍ଟ ଅନୁଭବ କରିଥିଲେ । ଏପରିକି ପ୍ରଥମେ ସେ ନିଜ ଛାତିକୁ ଧରିଥିଲେ । ପରେ ସଞ୍ଜୁ ସାମସନଙ୍କୁ ହାର୍ଟବିଟ ଚେକ୍ କରିବାକୁ କହିଥିଲେ । ଆଉ ସାମସନ ଚେକ୍ କରିଥିଲେ । ସେପଟେ ଆମେ ଯଦି ବିରାଟଙ୍କ କଥା କହିବା ତାହେଲେ ଚଳିତ ସିଜିନରେ ସେ ମଧ୍ୟ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ସେ ଏଯାବତ ୨୦୦ ରନ ସଂଗ୍ରହ କରିସାରିଲେଣି ।