spot_img

Latest Posts

ଆସିଲା ହମାସ ମୁଖିଆର ଫେରାର ଭିଡ଼ିଓ

ନନ୍ଦିଘୋଷ ବ୍ୟୁରୋ: ହମାସ ମୁଖିଆ ୟାହିୟା ସିନୱାରର ଆସିଲା ନୂଆ ଭିଡିଓଗତବର୍ଷ ଅକ୍ଡୋବର ୭ ତାରିଖ ଆକ୍ରମଣର କିଛି ସମୟ ପୂର୍ବରେ ଏ ଭିଡିଓ। ଗାଜାର ସୁଡ଼ଙ୍ଗ ଦେଇ ୟାହିୟା ସିନୱାର ଯାଉଥିବା ଦେଖିବାକୁ ମିଳିଛି। ସପରିବାର ୟାହିୟା ଏହି ସୁଡ଼ଙ୍ଗ ଦେଇ ଯାଉଛି। ସୁଡ଼ଙ୍ଗ ମଧ୍ୟରେ ପତ୍ନୀ ଓ ପିଲାଙ୍କ ସହ ୟାହ୍ଯା ଯାଉଥିବା ଦେଖିବାକୁ ମିଳିଛି। ସାଥିରେ ଏକ ଟିଭି, ପାଣି, ତକିଆ ଏବଂ ଗଦି ନେଇ ଯାଉଛି ୟାହ୍ଯା। ଗାଜାର ଖାନ ୟୁନିସ ସହରରେ ୟାହ୍ୟା ସିନୱାର ଘର ତଳେ ଏହି ଟନେଲ ରହିଥିଲା। ଅଣ୍ଡରଗ୍ରାଉଣ୍ଡରେ ଶୌଚାଳୟ, ଗାଧୁଆଘର, ରୋଷେଇ ଘର ମଧ୍ୟ ଥିବା କହିଛି ଇସ୍ରାଏଲ ସେନା। ଏହି ଭିଡିଓ ଜାରି କରିଛି ଇସ୍ରାଏଲ ସେନା।

୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣରେ ଇସ୍ରାଏଲର ୧୨ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଥିଲା। ୨୫୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରି ନେଇଥିଲେ ହମାସ ଆତଙ୍କୀ। ଏହାର ମାଷ୍ଟରମାଇଣ୍ଡ ୟାହ୍ଯା ସିନୱାର ବୋଲି କୁହାଯାଉଥିଲା। ଏବେ ଇସ୍ରାଏଲ ସେନା ଆକ୍ରମଣରେ ହମାସ ମୁଖ୍ୟ ୟାହ୍ଯା ସିନୱାରର ମୃତ୍ଯୁ ହୋଇଥିବାବେଳେ ଇସ୍ରାଏଲ ଏହି ଭିଡିଓ ଜାରି କରିଛି। କିଛି ଦିନ ପୂର୍ବରୁ ୟାହ୍ଯା ସିନୱାର ମୃତ୍ଯୁ ସମୟର ଭିଡିଓ ମଧ୍ୟ ଜାରି କରିଥିଲା ଇସ୍ରାଏଲ।୭ ଅକ୍ଟୋବର ଆକ୍ରମଣ ପରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏହି ଯୁଦ୍ଧର ଅନ୍ତ ଘଟିନାହିଁ। ଯୁଦ୍ଧରେ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି।ଗତବର୍ଷ ଲେବାନନ ଉପରେ ଇସ୍ରାଏଲ ହମଲାରେ ୨୩୫୦ ଲୋକଙ୍କ ମୃତ୍ଯୁ ହୋଇଥିଲା। ଆକ୍ରମଣ ପରେ ୧୨ ଲକ୍ଷରୁ ଅଧିକ ଲୋକ ଦେଶ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ।

Latest Posts

Don't Miss