ଏକ ସମୟରେ ଆଙ୍କୁଛନ୍ତି ୧୫ଟି ଅଲଗା ଚିତ୍ର, ବିସ୍ମିତ କରୁଛି ପ୍ରତିଭା

ନନ୍ଦିଘୋଷ ବ୍ୟୁରୋ: ଏ ଏମିତି ପ୍ରତିଭା  । ଯାହା ବିସ୍ମିତ କରିଦେବ । କାରଣ ଅସମ୍ଭ ବି ଏଠି ସମ୍ଭବ ହେଉଛି  । ଆଖି ଦେଖୁଛି, ତଥାପି ଆବିଶ୍ୱାସ ଲାଗୁଛି  । କେମିତି ଯେ, ଗୋଟିଏ ଥରକେ ୧୫ଟି ଚିତ୍ର ? ଭିନ୍ନ ଭିନ୍ନ ପୁଣି ଅବିକଳ  ।  ଆପଣଙ୍କୁ ଏ ପ୍ରତିଭା ଆଶ୍ଚର୍ଯ୍ୟ କରୁନି କି  ।  ଗୋଟିଏ ହାତ ଚାଲୁଛି  । କିନ୍ତୁ ଭିନ୍ନ ଭିନ୍ନ ମହାପୁରୁଷଙ୍କର ଅବିକଳ ଚିତ୍ରକୁ ନିଜ ପ୍ରତିଭାରେ ସେ ପରସି ଦେଇଛନ୍ତି  । ସ୍ୱାମୀ ବିବେକାନନ୍ଦ, ସୁଭାଷ ବୋଷ, ଭଗତ ସିଂ ଠାରୁ ମହାତ୍ମା ଗାନ୍ଧୀ, ସର୍ଦାର ପଟେଲଙ୍କ ପର୍ଯ୍ୟନ୍ତ  ।

୧୫ ଜଣ ମହାପୁରୁଷଙ୍କ ଚିତ୍ରକୁ ଏକାଥରକେ ଆଙ୍କିୁଥିବା ଏହି ଯୁବତୀଙ୍କ ଭିଡିଓ ଏବେ ଭାଇରାଲ ହେଉଛି  । ଗିନିଜ ବୁକ ଅଫ ୱାର୍ଲ ରେକର୍ଡରେ ସେ ସ୍ଥାନ ପାଇଥିବା କୁହାଯାଉଛି  ।  ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଟ୍ୱିଟରରେ ଏହି ଭିଡିଓ ଟିକୁ ପୋଷ୍ଟ କରି ଯୁବତୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ  । ଏମିତିକି ଯୁବତୀଙ୍କ ସଠିକ  ପରିଚୟ ଯଦି କିଏ ଜଣାନ୍ତି, ତେବେ ସେ ଛାତ୍ର ବୃତ୍ତି କିମ୍ବା ଆର୍ଥିକ ସହାୟତା ଦେବାକୁ ଆଗଭର ବୋଲି ନିଜେ ଲେଖିଛନ୍ତି ଆନନ୍ଦ  ।

କଥାରେ ଅଛି ଆଗ୍ରହ ଆଗରେ ସବୁ ସମ୍ଭବ  । ପ୍ରତିଭା ସର୍ବଦା ଗରିବୀ ଘରେ ଜନ୍ମ ନେଇଥାଏ  । ଆଉ ନୁର ଜହାଁ ନାମକ ଏହି ଯୁବତୀଙ୍କ ପ୍ରତିଭା ସମଗ୍ର ଦେଶକୁ ଚକିତ କରିଦେଇଛି  । ହାତର କମାଲ ଆଗରେ ଆଖି ଅଟକି ଯାଉଛି  । ଯିଏ ଦେଖୁଛି ସିଏ କହୁଛି, ବା ସତରେ ଇଶ୍ୱରଙ୍କ ଆଶୀର୍ବାଦ  ।