ଏକ ସମୟରେ ଆଙ୍କୁଛନ୍ତି ୧୫ଟି ଅଲଗା ଚିତ୍ର, ବିସ୍ମିତ କରୁଛି ପ୍ରତିଭା
ନନ୍ଦିଘୋଷ ବ୍ୟୁରୋ: ଏ ଏମିତି ପ୍ରତିଭା । ଯାହା ବିସ୍ମିତ କରିଦେବ । କାରଣ ଅସମ୍ଭ ବି ଏଠି ସମ୍ଭବ ହେଉଛି । ଆଖି ଦେଖୁଛି, ତଥାପି ଆବିଶ୍ୱାସ ଲାଗୁଛି । କେମିତି ଯେ, ଗୋଟିଏ ଥରକେ ୧୫ଟି ଚିତ୍ର ? ଭିନ୍ନ ଭିନ୍ନ ପୁଣି ଅବିକଳ । ଆପଣଙ୍କୁ ଏ ପ୍ରତିଭା ଆଶ୍ଚର୍ଯ୍ୟ କରୁନି କି । ଗୋଟିଏ ହାତ ଚାଲୁଛି । କିନ୍ତୁ ଭିନ୍ନ ଭିନ୍ନ ମହାପୁରୁଷଙ୍କର ଅବିକଳ ଚିତ୍ରକୁ ନିଜ ପ୍ରତିଭାରେ ସେ ପରସି ଦେଇଛନ୍ତି । ସ୍ୱାମୀ ବିବେକାନନ୍ଦ, ସୁଭାଷ ବୋଷ, ଭଗତ ସିଂ ଠାରୁ ମହାତ୍ମା ଗାନ୍ଧୀ, ସର୍ଦାର ପଟେଲଙ୍କ ପର୍ଯ୍ୟନ୍ତ ।
୧୫ ଜଣ ମହାପୁରୁଷଙ୍କ ଚିତ୍ରକୁ ଏକାଥରକେ ଆଙ୍କିୁଥିବା ଏହି ଯୁବତୀଙ୍କ ଭିଡିଓ ଏବେ ଭାଇରାଲ ହେଉଛି । ଗିନିଜ ବୁକ ଅଫ ୱାର୍ଲ ରେକର୍ଡରେ ସେ ସ୍ଥାନ ପାଇଥିବା କୁହାଯାଉଛି । ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଟ୍ୱିଟରରେ ଏହି ଭିଡିଓ ଟିକୁ ପୋଷ୍ଟ କରି ଯୁବତୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ । ଏମିତିକି ଯୁବତୀଙ୍କ ସଠିକ ପରିଚୟ ଯଦି କିଏ ଜଣାନ୍ତି, ତେବେ ସେ ଛାତ୍ର ବୃତ୍ତି କିମ୍ବା ଆର୍ଥିକ ସହାୟତା ଦେବାକୁ ଆଗଭର ବୋଲି ନିଜେ ଲେଖିଛନ୍ତି ଆନନ୍ଦ ।
କଥାରେ ଅଛି ଆଗ୍ରହ ଆଗରେ ସବୁ ସମ୍ଭବ । ପ୍ରତିଭା ସର୍ବଦା ଗରିବୀ ଘରେ ଜନ୍ମ ନେଇଥାଏ । ଆଉ ନୁର ଜହାଁ ନାମକ ଏହି ଯୁବତୀଙ୍କ ପ୍ରତିଭା ସମଗ୍ର ଦେଶକୁ ଚକିତ କରିଦେଇଛି । ହାତର କମାଲ ଆଗରେ ଆଖି ଅଟକି ଯାଉଛି । ଯିଏ ଦେଖୁଛି ସିଏ କହୁଛି, ବା ସତରେ ଇଶ୍ୱରଙ୍କ ଆଶୀର୍ବାଦ ।