କାମକୁ ଯିବାକୁ ପ୍ରତିଦିନ ହଜାରେରୁ ଅଧିକ ସିଢ଼ିରେ ଓହ୍ଲାଇଥାନ୍ତି ଏହି ଚାଇନିଜ୍ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ଏମିତି ଜୀବନଶୈଳୀ କେବେ ଦେଖି ନଥିବେ କି କେବେ ଶୁଣି ବି ନଥିବେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ ଲୋକ ଦିନ ମାନଙ୍କରେ ଶହେରୁ ଦୁଇ ଶହ ସିଡି ଚଢିଥାଏ । କିନ୍ତୁ ଏଠି  ଟିକେ ଭିନ୍ନ । ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜର ଦୈନିକ ଯାତ୍ରାର ଝଲକ ଦେଖାଇଛନ୍ତି ।  ନିଜ କର୍ମ କ୍ଷେତ୍ରକୁ ଯିବାକୁ ହେଲେ ହଜାର ରୁ ଅଧିକ ସିଡି ଚଢି ଯିବାକୁ ପଡେ । ଏଭଳି ଘଟଣା ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି | ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ଘଟଣା ଘଟିଛି ଚୀନ୍‌ର ଚୋଙ୍ଗକିଙ୍ଗ ସହରରେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ତେବେ ଏଭଳି ଯାତ୍ରା ପ୍ରତିଦିନ କେତେ କଷ୍ଟସାଧ୍ୟ ?

ତେବେ ଭାଇରାଲ ହେଉଥିବା ଏହି  ଭିଡିଓଟି ରେ ଦେଖିବାକୁ ମିଳୁଛି, ଯେ ଜଣେ ବ୍ୟକ୍ତି ତାଙ୍କ ଦୈନଦିନ ଜୀବନର ଆରମ୍ଭ କରିଛନ୍ତି | ଯେଁଉ ଥିରେ ସେ ପାଖାପାଖି ହଜାର ସିଡି ଅତିକ୍ରମ କରୁଥିବାର ଦେଖିବାକୁ ମିଳୁଛି | ଯାହା ଜଣେ ସାଧାରଣ ଲୋକ ବହୁତ୍ କଷ୍ଟ ସାଧ୍ୟ । କାମ କରିବା ପାଇଁ କରିବାକୁ ପଡୁଛି ଏହି ସଂଘର୍ଷ । ଚୀନର ପାହାଡ ଉପରେ ରହିଛି  ଚୋଙ୍ଗକିଙ୍ଗ ସହର । ଏହି ସହରର ଲୋକମାନେ ଦୈନନ୍ଦିନ କାମକୁ ଯିବାପାଇଁ ଏହି ପନ୍ଥାକୁ ଆପଣେଇଛନ୍ତି ।

ଚୋଙ୍ଗକିଙ୍ଗର ଏହା ଏକ ବହୁ ସ୍ତରୀୟ ସହରୀ ଢାଞ୍ଚା । ଏହି ଯାତ୍ରା ଜନଗହଳିପୂର୍ଣ୍ଣ ସ୍ଥାନ ,ପାହାଡିଆ ଅଞ୍ଚଳ ଓ ଜଟିଳ ରାସ୍ତାଗୁଡିକୁ ଅତିକ୍ରମ କରିବା ପରେ ଜଣେ ବ୍ୟକ୍ତି ନିଜର କାଯ୍ୟାଳୟରେ ପହଞ୍ଚିଥାଏ । ଏହି ଯାତ୍ରା ଚୀନର ଉଚ୍ଚ ନୀଚ୍ଚ ପାହାଡ ସହିତ ତାହାର ସହରୀ ଢାଞ୍ଚାର ଏକ ଅଭୂତ ଦୃଶ୍ୟକୁ ପ୍ରଦର୍ଶିତ କରୁଛି ।

ଏହି ଭିଡିଓଟି ସୋସିଆଲ ମଡିଆରେ ଭାଇରାଲ ହେବାପରେ ଲୋକଙ୍କର ଖୁବ୍ ଧ୍ୟାନ ଆାକର୍ଷଣ କରିଛି । ଭିଡିଓଟିରେ ଲୋକମାନଙ୍କର ନିଜ ପ୍ରତିକ୍ରିୟାରେ କହିଛନ୍ତିକି ଏହି ଜୀବନଶୈଳୀଟି ବହୁ କଷ୍ଠସାଧ୍ୟ ଓ ଚ୍ୟାଲେଞ୍ଜିଗ ମଧ୍ୟ । କେହିକେହି ଏହି ଯାତ୍ରାକୁ ଭିଡିଓ ଗେମ ସହ ମଧ୍ୟ ତୁଳନା କରିଛନ୍ତି ।  ଭିଡିଓଟି ଏକ୍ସ ପ୍ଳାଟଫର୍ମରେ ଭାଇରାଲ ହେବାପରେ ୨.୬ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିବା ସହ ସେୟାର  ମଧ୍ୟ କରିଛନ୍ତି  ।