ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା କଲେ ସାଂସଦ ନୁସରତ ଜାହାଁ, ପୁଣି ଚର୍ଚ୍ଚାର..

କୋଲକତା: ସାରା ଦେଶରେ ଏବେ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ପାଳନ କରାଯାଉଛି । ଏହି ଦୁର୍ଗାଷ୍ଟମୀ ଅବସରରେ ଅଭିନେତ୍ରୀ ତଥା ତୃଣମୁଳ କଂଗ୍ରେସର (ଟିଏମସି) ସାଂସଦ ନୁସରତ ଜାହାଁ ମଧ୍ୟ କୋଲକାତାରେ ମାତା ଦୁର୍ଗାଙ୍କୁ ପୂଜା କରିଛନ୍ତି । ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ସହ ସେ ଦୁର୍ଗା ମଣ୍ଡପରେ ପହଞ୍ଚି ମାତା ଦୁର୍ଗାଙ୍କ ଆଶୀର୍ବାଦ ନେଇଛନ୍ତି ।

ଏହି ଦୁର୍ଗାଷ୍ଟମୀ ଅବସରରେ ମଧ୍ୟ ନୁସରତ କୋଲକତାର ସୁରୁଚି ସଂଘରେ ପହଞ୍ଚିଥିଲେ । ଯେଉଁଠାରେ ସେ ମା ଦୁର୍ଗାଙ୍କ ପୂଜା କରିଥିଲେ ଏବଂ ପବିତ୍ର ମନୋଭାବ ସହ ମା’ଙ୍କୁ ସୁମରଣା କରିଥିଲେ ।

ତେବେ ଏହି ଦୁର୍ଗା ପୂଜା ସମୟରେ ସେ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଫଟୋରେ ୟୁଜର୍ସମାନେ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି ।

ନସୁରତ ଜାହାଁ ମା’ ଦୁର୍ଗାଙ୍କ ଆଳତୀ କରିବା ପରେ ତିଲକ ମଧ୍ୟ ଲଗାଇଥିଲେ । ଏହାପରେ ସେ ଧର୍ମ ଭେଦଭାବକୁ ଭୁଲି ଢ଼ାକା ବଜାଇଥିଲେ ଏବଂ ସେହି ତାଳରେ ନୃତ୍ୟ ମଧ୍ୟ କରିଥିଲେ ।

ଏହାପୂର୍ବରୁ ଗତ ବର୍ଷ ମଧ୍ୟ ନସରୁତ ଜାହାଁ ଦୁର୍ଗା ପୂଜା କରିଥିଲେ । ସେ ସିନ୍ଦୂର ଖେଳରେ ଭାଗ ନେଇଥିଲେ । ଏହାପରେ ଅନେକ ବିବାଦ ଉପୁଜିଥିଲା ।

Leave a Reply