ଅକ୍ଷୟ କୁମାରଙ୍କ ଫଟୋ ଦେଖି ରାଗିଗଲେ IPS ଅଧିକାରୀ, କହିଲେ ‘ଏସେ ନେହିଁ ହୋତା ହେ ଜନାବ’

1 min read

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନେମା ହଲ ଖୋଲିବା ନେଇ ଘୋଷଣା ପରେ ସୋସିଆଲ ମିଡିଆରେ ଟ୍ୱିଟ୍‌ ଝଡ଼। ବଲିଉଓ ଅଭିନେତା ଅକ୍ଷୟ କୁମାରଙ୍କ ଟ୍ୱିଟ୍‌କୁ ଟାର୍ଗେଟ କରିଛନ୍ତି ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜ। ଆସନ୍ତା ଅକ୍ଟୋବର୨୨ରୁ ପୁରା ମହାରାଷ୍ଟ୍ରରେ ଖୋଲିବାକୁ ଯାଉଛି ସିନେମା ହଲ। ଏହି ଘୋଷଣା ପରେ କେବଳ ସିନେମା ପ୍ରେମୀ ନୁହଁନ୍ତି ତାରକା ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ବହୁତ ଖୁସି। ବର୍ତ୍ତମାନ ଆସନ୍ତା ମାସରୁ ବକ୍ସ ଅଫିସରେ ପୁରା ଧମାଲ ହେବାକୁ ଯାଉଛି।

ଏଭଳି ଘୋଷଣା ପରେ ବଲିଉଡ ହିରୋ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂସି’ ବିଷୟରେ ଏକ ଟ୍ୱିଟ୍ କରିଛନ୍ତି। ଯାହାକୁ ଦେଖିବା ପରେ ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜ ଅକ୍ଷୟଙ୍କ ପୋଷ୍ଟରେ ତାତ୍ସଲ୍ୟ କରିଛନ୍ତି। ସେ ରି ଟୁଇଟ କରି ତାତ୍ସଲ୍ୟ କରି ଲେଖିଛନ୍ତି ଯେ ‘ଏସେ ନେହିଁ ହୋତାହେ ଜନାବ’। ଏହା ପରେ ଅକ୍ଷୟ କୁମାର ମଧ୍ୟ ତାଙ୍କ ଟ୍ୱିଟ୍‌ର ଉତ୍ତର ଦେଇଛନ୍ତି।

ମହାରାଷ୍ଟ୍ର ଖୋଲିବା ଘୋଷଣା ହେବା ପରେ ଅକ୍ଷୟ କୁମାର ଏକ ଟ୍ୱିଟ୍ କରି ଲେଖିଛନ୍ତି, ‘ଅନେକ ପରିବାର ଆଜି ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଦେବେ! ୨୨ ଅକ୍ଟୋବରରୁ ମହାରାଷ୍ଟ୍ରର ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିବାରୁ ସମସ୍ତେ କୃତଜ୍ଞ। ଏହି ଟ୍ୱିଟ୍ ମାଧ୍ୟମରେ ସେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣଭୀର ସିଂ ଏବଂ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ନଜର ଆସିଛନ୍ତି। ଫଟୋରେ ସ୍ପଷ୍ଟ ଜଣାପଡୁଛି ଯେ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରୁଥିବା ରଣଭୀର ସିଂ ଟେବୁଲ ଉପରେ ବସିଥିବାବେଳେ ବରିଷ୍ଠ ଅଧିକାରୀ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ କୁମାର ଏବଂ ଅଜୟ ଦେବଗାନ୍ ଠିଆ ହୋଇଛନ୍ତି।

ସେପଟେ ଏହି ଫଟୋକୁ ଦେଖି ଡିଜିପି ଆର.କେ ବିଜ ଟ୍ୱିଟକୁ ରିଟ୍ୱିଟ କରି ଅକ୍ଷୟ କୁମାରଙ୍କୁ ଏକ ମଜାଦାର କ୍ୟାପସନ୍‌ ଲେଖିଛନ୍ତି। ସ୍ୱତନ୍ତ୍ର ଡିଜିପି ଆର.କେ ବିଜଙ୍କ ଟ୍ୱିଟକୁ ଜବାବ ଦେଇ ଅଭିନେତା ଅକ୍ଷୟ କୁମାର କହିଛନ୍ତି- ‘ଜନାବ, ଏହା ହେଉଛି ସୁଟିଂ ପଛର ଫଟୋ। ଆମ କଳାକାରମାନଙ୍କ ପାଇଁ, କ୍ୟାମେରା ଅନ୍ ହେବା ମାତ୍ରେ ଆମେ ଆମ ପ୍ରୋଟୋକଲକୁ ଫେରିଆସୁ। ଆମ ହିରୋ ପୋଲିସ୍‌ ମାନଙ୍କୁ ଆମର ସର୍ବଦା ନମସ୍କାର। ଆଶା କରେ ଯେତେବେଳେ ତୁମେ ଫିଲ୍ମ ଦେଖିବ ତୁମେ ଏହାକୁ ପସନ୍ଦ କରିବ। ବର୍ତ୍ତମାନ ଅକ୍ଷୟଙ୍କ ଏହି ଟ୍ୱିଟ୍ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି।

Leave a Reply