ଫେକ୍‌ ଭାଇରାଲ ଅଡିଓ ପ୍ରସଙ୍ଗ : ଆଜି ହାଜର ହେଲେ ଚ୍ୟାନେଲର ଡିଜିଟାଲ ମୁଖ୍ୟ

1 min read

ଭୁବନେଶ୍ୱର: ମିଛ ଅଡିଓ ଭାଇରାଲ ପ୍ରସଙ୍ଗ । ଥାନାରେ ହାଜର ହେଲେ ସମ୍ପୃକ୍ତ ଚ୍ୟାନେଲର ଆଉ ଜଣେ କର୍ମଚାରୀ । ଚ୍ୟାନେଲର ଡିଜିଟାଲ ମୁଖ୍ୟ ଅମରେଶ ବିଶ୍ୱାଳ କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି । ଅପରାହ୍ନରେ ଓଡିଶା ରିପୋର୍ଟର ବାର୍ତ୍ତା ସମ୍ପାଦକ ହାଜର ହେବେ । ତୃତୀୟ ଦିନ ପାଇଁ ଥାନାରେ ହାଜର ହେବେ ବାର୍ତ୍ତା ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି । ଗତ ଦୁଇ ଦିନ ହେଲା ଦେବେନ୍ଦ୍ର କ୍ୟାପିଟାଲ ଥାନାରେ ହାଜର ହୋଇ ଜେରାର ସମ୍ମୁଖୀନ ହେଉଛନ୍ତି । ବୁଧବାର ୫ ଘଣ୍ଟା ଧରି ଜେରା ସମ୍ମୁଖୀନ ହୋଇଥିବାବେଳେ ଗତକାଲି ମଧ୍ୟ ୫ ଘଣ୍ଟା ଧରି ଜେରା କରିଥିଲା ପୋଲିସ ।

https://www.facebook.com/NandighoshaTV/videos/618032202232693/

ବିଏମ୍ସିର ଏତଲାକୁ ଭିତ୍ତି କରି ଥାନାରେ ହାଜର ହେବାକୁ କ୍ୟାପିଟାଲ୍ ପୋଲିସ୍ କରିଥିଲା ନୋଟିସ୍ । ତେବେ ସମନ ପରେ ସମନ ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ନୋଟିସକୁ ଅଣଦେଖା କରି ହାଜର ହୋଇନଥିଲେ କୌଣସି କର୍ତ୍ତୃପକ୍ଷ । ସମୟ ଗଡ଼ାଇବା ସହ ଗିରଫଦାରୀ ଭୟରେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଶରଣ ପଶିଥିଲେ । ହେଲେ କୋର୍ଟ କିନ୍ତୁ ସଫା ସଫା କହିଥିଲେ, ଥାନାରେ ହାଜର ହୋଇ ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କର । ଏହାପରେ ଗତ ବୁଧବାର ଦିନ ପ୍ରଥମେ ହାଜର ହୋଇଥିଲେ ବାର୍ତ୍ତା ସଂପାଦକ ଦେବେନ୍ଦ୍ର ପୃଷ୍ଟି । ଏ ସଂପର୍କରେ ସମ, କିମ୍ସ ଓ ହାଇଟେକ କୋଭିଡ ହସପିଟାଲ ଚ୍ୟାନେଲ ବିରୋଧରେ ମାନହାନୀ ମକଦ୍ଦମା କରିସାରିଛନ୍ତି ।

Leave a Reply