୭୬ ବର୍ଷୀୟ ବୃଦ୍ଧ ସହ ୨୫ ବର୍ଷୀୟା ଯୁବତୀଙ୍କ ପ୍ରେମ, କହିଲେ ମୁଁ ୟାଙ୍କୁ ହିଁ ବାହାହେବି

ନନ୍ଦିଘୋଷ ବ୍ୟୁରୋ: ପ୍ରେମ କେତେବେଳେ ଆଉ କାହା ସାଥିରେ ହୁଏ ତାହା ଜଣାନଥାଏ । ପ୍ରେମ ଦେଖେନା ବୟସର ତାରତମ୍ୟ କି ଜାତି ଅଜାତି । କୁହାଯାଏ ପ୍ରେମ ହେଉଛି ଅନ୍ଧ । ଯାହାର ଏକ ଜ୍ବଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପାଗେଳୀ ହୋଇଛନ୍ତି ୨୫ ବର୍ଷୀୟ ଯୁବତୀ । ପରିବାର ଲୋକେ ଏହାକୁ ବିରୋଧ କରୁଥିବାବେଳେ ନିଜ ଜିଦରେ କିନ୍ତୁ ଅଟଳ ରହିଛନ୍ତି ଯୁବତୀ । ଆମେରିକାର ସୋନ ଡିଏଗରୁ ଆସିଛି ଏଭଳି ଖବର । ଏହାନା ନାମକ ଜଣେ ଯୁବତୀ ତାଙ୍କ ଜେଜେବାପାଙ୍କ ବୟସର ଏଡଗାରଙ୍କ ପ୍ରେମରେ ପଡ଼ିଛନ୍ତି ।
୨୦୨୩ ମସିହାରେ ପ୍ରଥମେ ଉଭୟଙ୍କ ମଧ୍ୟରେ ଦେଖା ହୋଇଥିଲା । ଆଉ ଏହି ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା । ଯୁବତୀଙ୍କ ବୟସ ସେତେବେଳେ ୨୩ ବର୍ଷ ହୋଇଥିଲା । ବୃଦ୍ଧ ଜଣକ ତାଙ୍କ ନମ୍ବର ମାଗିଥିଲେ ଆଉ ବିନା ଦ୍ବିଧାରେ ନମ୍ବର ଦେଇଥିଲେ ଯୁବତୀ । ଏମିତି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାରୁ ଆରମ୍ଭ ହୋଇଯାଇଥିଲା ପ୍ରେମ । ଆଉ ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚିଛି କଥା । ଉଭୟ ଗୋଟିଏ ବର୍ଷ ଡେଟିଂ କରିଥିଲେ । ଆଉ ରୋମାଣ୍ଟିକ ଟ୍ରିପରେ ମଧ୍ୟ ଯାଇଛନ୍ତି । ଆଉ ଏହି ସମୟରେ ସେ କହିଥିଲେ କି, ମୁଁ ଯଦି ଯୁବକ ଥାଆନ୍ତି ତାହେଲେ ତୁମକୁ ହିଁ ବିବାହ କରିଥାନ୍ତି । ଆଉ ଏଥିରେ ଯୁବତୀ ଜଣକ ମଧ୍ୟ ରାଜି ହୋଇଥିଲେ । ଏବେ ପରିବାର ଲୋକେ ବାଧକ ସାଜିଥିଲେ ସୁଦ୍ଧା ଯୁବତୀ ଜଣକ ଜିଦ ଧରିଛନ୍ତି କି, ମୁଁ ତାଙ୍କୁ ହିଁ ବିବାହ କରିବି । ସେପଟେ ଏହି ଖବର ଯିଏ ଶୁଣୁଛି ସେ ସୋସିଆଲ ମିଡିଆରେ ସେୟାର କରୁଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।