ସାରା ରାଜ୍ୟରେ ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ମାଡରେ ଅସ୍ତବ୍ୟସ୍ତ ଜନଜୀବନ

1 min read

ଭୁବନେଶ୍ୱର : ସାରା ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଅସହ୍ୟ ତାତି । ଦିନ ଯେତିକି ଗଡୁଛି ତାତି ସେତିକି ବଢୁଛି । କାରଣ ଲଗାତାର ୩ଦିନ ହୋଇଯିବ ଆକାଶରୁ ଅଗ୍ନିବର୍ଷା ହେଉଛି । ସକାଳ ୮ଟା ବାଜିଲେ ମୁଣ୍ଡରେ ଚିନ୍ତା ପଡୁଛି । କୌଣସି କାର୍ଯ୍ୟରେ ବାହାରକୁ ଯିବା ମୁସ୍କିଲ ହୋଇପଡୁଛି । ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନଶାନ ହେବା ସହ ଭୁବନେଶ୍ୱର ଖାଁ ଖାଁ ଲାଗୁଛି । ଅାଜି ଦିନରେ ସବୁ ରେକର୍ଡ ଭଙ୍ଗିଛି ତାତି 30 ସହର ରେ ଦିନର ତାପମାତ୍ରା 40°C କିମ୍ବା ଅଧିକ ରେକର୍ଡ ହୋଇଛି । 43.2°C ସହ ତାଳଚେର ରାଜ୍ୟର ଉତ୍ତପ୍ତ ସବୁଠୁ ଉତପ୍ତ ସହର ପାଲଟିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ 41°C ଅତିକ୍ରମ କଲା ଟ୍ୱିନ ସିଟି । କେବଳ ସେତିକି ନୁହେଁ ଭୁବନେଶ୍ୱର ରେ 41.7°C ଏବଂ କଟକ ରେ 41.5°C ରେକର୍ଡ ହୋଇଛି । ଦିନ ତମାନ ଯଦି ଦେଖିବା ତାହେଲେ ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା

ଭୁବନେଶ୍ୱର: 41.7°C      ଚାନ୍ଦବାଲି: 41.4°C

ଝାରସୁଗୁଡା: 41.4°C      ହୀରାକୁଦ: 41°C

ସମ୍ବଲପୁର: 40.8°C       ରାଉରକେଲା: 40.6°C

ବାଲେଶ୍ୱର: 40.4°C        କେନ୍ଦୁଝର:40.2°C

ଗୋପାଳପୁର: 35.9°C    ପୁରୀ: 35.6°C

ପାରାଦ୍ୱୀପ: 34.8°C

ସେପଟେ ସିଭିୟର ହିଟ୍ଓ୍ବେଭ୍ ଆଲର୍ଟରେ ଓଡ଼ିଶା। ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର। ନୟାଗଡ, ମୟୁରଭଞ୍ଜ, ଗଜପତି ଏବଂ ନୂ୍ଆପଡାକୁ ସତର୍କତା। ସ୍ବାଭାବିକ ଠାରୁ ୮ଡିଗ୍ରୀ ଉପରେ ରହିବ ତାପମାତ୍ରା। ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ମାଡରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ୫ ଦିନ ପର୍ଯ୍ୟନ୍ତ ଅସମ୍ଭାଳ ହେବ ତାତି । ଦିନ ୧୧ ରୁ ୩ଟା ଯାଏଁ ଘରୁ ବାହାରିବା ମନା। ୧୮ ରୁ ୨୦ ଯାଏଁ ପିକରେ ରହିବ ଗ୍ରୀଷ୍ମ ପ୍ରବାହ । ଏନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସାରା ରାଜ୍ୟରେ ଏବେ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶା ସହ ଜଳୁଛି ଉପକୂଳ ଓଡ଼ିଶା। ଆଜି ସକାଳେ ଭୁବନେଶ୍ବରରେ ଅନୁଭବ ହୋଇଛି ୪୬ ଡିଗ୍ରୀ ତାପମାତ୍ରା। ସକାଳ ସାଢେ ଆଠଟାରେ ୩.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୭୩ ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି। ଯାହା ୪୬ ଡିଗ୍ରୀ ତାତି ଅନୁଭବର କାରଣ ସାଜିଛି ।