ନିର୍ବାଚନୀ ବିଗୁଲ ବାଜିବା ପରେ ପଶ୍ଚିମବଙ୍ଗରେ ବଢ଼ିଛି ହିଂସା

West Bengal Viloence

ପଶ୍ଚିମବଙ୍ଗ: ନିର୍ବାଚନୀ ବିଗୁଲ ବାଜିବା ପରେ ପଶ୍ଚିମବଙ୍ଗରେ ବଢ଼ିଛି ହିଂସା । ତୃଣ ମୂଳ କଂଗ୍ରେସ ଓ ବିଜେପି ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ସମୟରେ ହିଂସା ସ୍ଥିତି ଉପୁଜୁଥିବା ଦେଖାଯାଇଛି । ପଶ୍ଚିମବଙ୍ଗର ସ୍ୱଭୂମି ଅଞ୍ଚଳରେ ରଖାଯାଇଥିବା ବିଜେପି ପ୍ରଚାର ଗାଡ଼ି ଭଙ୍ଗାରୁଜାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ୫ଜଣଙ୍କ ବିରୋଧରେ ଜାମିନ ବିହୀନ ପରଓ୍ୱାନା ଜାରି କରିଛି ପୋଲିସ । ପ୍ରଚାର ଗାଡ଼ିକୁ ଟିଏମ୍‌ସି ସମର୍ଥକମାନେ ଭାଙ୍ଗିବା ସହ ଗୋଦାମରୁ ବହୁ ଅତିଆବଶ୍ୟକ ସାମଗ୍ରୀ ଚୋରି କରି ନେଇଥିବା ବିଜେପି ଅଭିଯୋଗ କରିଥିଲା ।

ସେପଟେ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପଶ୍ଚିମବଙ୍ଗ ଗସ୍ତ କରି ଟିଏମ୍‌ସିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗଳରେ ବିଜେପିକୁ ବିପୁଳ ସମର୍ଥନ ମିଳୁଥିବାରୁ ଟିଏମ୍‌ସି ସମର୍ଥକମାନେ ହିଂସା ପରିସ୍ଥିତି ଉପୁଜାଉଛନ୍ତି ବୋଲି ଶିବରାଜ କହିଛନ୍ତି ।

ଅନ୍ୟପଟେ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ବୋଲି ମମତା ଘୋଷଣା କରିସାରିଛନ୍ତି । ତେଣୁ ଏହି ନିର୍ବାଚନମଣ୍ଡଳିରେ ମଧ୍ୟ ରାଜନୀତି ମାହୋଲ ଗରମ ରହିଛି । ତେବେ ମମତା ଖାଲି ନନ୍ଦିଗ୍ରାମ ନୁହେଁ ସେ ଭବାନୀପୁର ଆସନରୁ ମଧ୍ୟ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ସୂଚନା ଅନୁଯାୟୀ ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ଭାବେ ବିବେଚିତ କରାଯାଇଥାଏ । ଯିଏକି ଟିମସି ଛାଡି ଏବେ ବିଜେପିରେ ସାମିଲ ହୋଇଛନ୍ତି ।

ମମତା, ସୁଭେନ୍ଦୁଙ୍କୁ ଟାର୍ଗେଟ୍‌ କରି ଅନେକ ସମାଲୋଚନା କରିଥିବା ପୂର୍ବରୁ ଦେଖାଯାଇଛି । ନନ୍ଦିଗ୍ରାମ ରାଲିରେ ଦିଦି ଶୁଭେନ୍ଦୁଙ୍କ ନାମ ନନେଇ ମମତା କହିଥିଲେ ଯେ, ‘କାହା ଠାରୁ ଜ୍ଞାନ ନେବି ନାହିଁ । ନନ୍ଦିଗ୍ରାମ ଆନ୍ଦୋଳନ କିଏ କରିଛି ? କେହି କେହି ଏପଟ ସେପଟ କରିବାକୁ ଚାହୁଁଛନ୍ତି, ହେଲେ ଚିନ୍ତାର ବିଷୟ ନୁହେଁ ।’ ଏହାଛଡା ବିଜେପିକୁ ଟାର୍ଗେଟ୍ କରି ସେ କହିଥିଲେ ଯେ “ବିଜେପି ୱାଶିଂ ମେସିନ୍, ଆଉ ବିଜେପି କଳାକୁ ଧଳା କରିବାର ୱାଶିଂ ପାଉଡର ବି”। ସେ ଆହୁରି ମଧ୍ୟ କହିଥିଲେ ଯେ ଖବରକାଗଜ ଓ ସାମ୍ବାଦିକ ମାନଙ୍କୁ ଡରାଇ ଧମକ ଦେଇ ସର୍ଭେ କରାଯାଉଛି ।

Leave a Reply