ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ହୋଇପାରିଲାନି ବାହାଘର

ବଲାଙ୍ଗୀର: ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ହୋଇପାରିଲାନି ବାହାଘର । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ଏହି ଘଟଣା ଘଟିଛି । ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି ।

କନ୍ୟାଘର ଲୋକଙ୍କ କହିବା ଅନୁସାରେ, ବରଯାତ୍ରୀ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ବରଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକ ଛୁରୀରେ କନ୍ୟାର ବଡ଼ଭାଇଙ୍କୁ ଆକ୍ରମଣ କରିଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରଯାତ୍ରୀଙ୍କ ଭିତରୁ ଦୁଇ ଜଣଙ୍କୁ ତୁରକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏହି ଘଟଣା ପରେ କନ୍ୟାଘର ପକ୍ଷରୁ ବିବାହ ବାତିଲ କରାଯିବାରୁ ବର ଶିଶୁପାଳ ହୋଇ ଫେରିଛନ୍ତି । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।