ଗାଁରେ ବୁଲିଲା କାତି

ଆନନ୍ଦପୁର: ସାମାନ୍ୟ ଘଟଣାରୁ ତୁମୁଳ କାଣ୍ଡ । ଘଷିପୁରା ଥାନା ଖାଳିଆମେଣ୍ଟା ଗାଁରେ ବୁଲିଲା କାତି । ଗୁରତର ଅବସ୍ଥାରେ ଜଣେ ଯୁବକ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗାଁ ଦାଣ୍ଡରେ ବାଇକ ସ୍ପିଡ୍ରେ ଚଳାଇବାକୁ ନେଇ ଆଜି ଦେବବ୍ରତଙ୍କ ସହ ଗାଁର ଅନ୍ୟଜଣେ ଯୁବକଙ୍କ ପ୍ରଥମେ ବଚସା ହୋଇଥିଲା । ପରେ ଏହି ଘଟଣା ହାତାହାତିରେ ପହଞ୍ଚିଥିଲା ।
ଯୁବକ ଜଣକ ଏକ କାତିରେ ଦେବବ୍ରତଙ୍କୁ ଆକ୍ରମଣ କରିଥିଲେ । ଦେବବ୍ରତଙ୍କ ବାମହାତରେ ଗଭୀର କ୍ଷତ ହୋଇଥିବାବେଳେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଷିପୁରା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆକ୍ରମଣକାରୀ ଯୁବକ ସେଠାରୁ ଫେରାର ହୋଇଥିବା ଜଣାପଡିଛି ।