spot_img

Latest Posts

ପାରାଦୀପ ଆଇଓସିଏଲରେ ଉତ୍ତେଜନା

ପାରାଦୀପ: ପାରାଦୀପ ଆଇଓସିଏଲରେ ଉତ୍ତେଜନା। ପାଇପ ଲାଇନ ଶ୍ରମିକ, ସେମାନଙ୍କ ପରିବାର ଲୋକ ଓ ସିଆଇଏସଏଫ୍ ମଧ୍ଯରେ ଠେଲାପେଲା ଏବଂ ଧସ୍ତାଧସ୍ତି ହୋଇଛି। ଏଥିରେ କିଛି କର୍ମଚାରୀ ଓ ତାଙ୍କ ପରିବାର ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୪୫ ଦିନ ହେଲା ପାଇପ ଲାଇନ ଶ୍ରମିକମାନେ ଧାରଣା ଦେଇଛନ୍ତି।

୮ ଦଫା ଦାବି ପୂରଣ ପାଇଁ ଆଇଓସିଏଲ ସାଉଥ ଗେଟରେ ଧାରଣା ଦିଆଯାଇଛି। ପନ୍ଦର ବର୍ଷ ହେଲା ପାଇପ ଲାଇନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବିଭିନ୍ନ ଦାବି ନେଇ ଶାନ୍ତିପୂର୍ଣ ଭାବରେ ଧାରଣାରେ ବସିଛନ୍ତି। ଧାରଣାକୁ ୪୫ ଦିନ ପୂରିଥିଲେ ମଧ୍ୟ କମ୍ପାନୀ କିଛି ଶଣୁନାହିଁ। ପୂର୍ବରୁ ଶ୍ରମିକମାନଙ୍କ ସହିତ ବାରମ୍ବାର ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ଆଜି ସକାଳେ ଧାରଣାରତ ଶତାଧିକ ଶ୍ରମିକ ଓ ସେମାନଙ୍କ ପରିବାର ଲୋକ କମ୍ପାନୀ ଗେଟକୁ ବନ୍ଦ କରିଦେଇଥିଲେ l ପ୍ରକଳ୍ପ ମଧ୍ୟକୁ ଯାତାୟାତ ପ୍ରଭାବିତ ହୋଇଥିଲା।

କମ୍ପାନୀର କିଛି ଅଧିକାରୀ ଜୋର ଜବରଦସ୍ତ ଗେଟ୍ ଦେଇ ପ୍ରବେଶ କରିବାରୁ କମ୍ପାନୀର ସୁରକ୍ଷାକର୍ମୀ ଓ ଶ୍ରମିକଙ୍କ ପରିବାର ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କିଛି କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଅଭୟଚାନ୍ଦପୁର ଥାନା ପୋଲିସ ପହଞ୍ଚି ଶ୍ରମିକଙ୍କ ସହିତ ଆଲୋଚନା ଜାରି ରଖିଛି। ତେବେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

Latest Posts

Don't Miss