spot_img

Latest Posts

ମଣିପୁରରେ ପୁଣି ହିଂସା, ଗୁଳି ବିନିମୟରେ ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ମଣିପୁରର ଜିରିବାମ ଜିଲ୍ଲାରେ ପୁଣି ହିଂସା। ଗୁଳି ବିନିମୟରେ ୩ ମୃତ। କୁକି ଏବଂ ମେତେଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସନ୍ଦିଗ୍ଧ ଲୋକମାନେ ଗୋଟିଏ ଘରେ ନିଆଁ ଲଗାଇ ଦେଇଛନ୍ତି। ଜିରିବାମ ଜିଲ୍ଲାର ନଙ୍ଗସେକ୍ପିରେ ଏହି ଆକ୍ରମଣ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କୁକି ଉଗ୍ରବାଦୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗ ସିଂହଙ୍କ ଘର ଉପରକୁ ରକେଟ୍ ମାଡ କରିଥିଲେ। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।

ଏହାର କିଛି ଦିନ ପୂର୍ବରୁ ମଣିପୁରର ସେନଜମ ଚିରାଙ୍ଗରେ ଏକ ଡ୍ରୋନ ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିଲେ।

Latest Posts

Don't Miss