ବିନୋଦ କାମ୍ବଲିଙ୍କୁ କିଏ କାନ୍ଦିବା ପାଇଁ ବାଧ୍ୟ କଲା ?
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ବିନୋଦ କାମ୍ବଲି । ଅସୁସ୍ଥତା ମଧ୍ୟରେ ପିଲାଦିନର ବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ଭେଟିବା ପରେ ଚର୍ଚ୍ଚାରେ ଆସିଛନ୍ତି । ସେ ଆଜି ତାଙ୍କର ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଧୀରେ ଧୀରେ ସୁସ୍ଥ ହେଉଥିବା କାମ୍ବଲି ମଧ୍ୟ ବହୁତ ଖୁସି ଦେଖାଯାଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ, ସେ ପ୍ରାୟ ଏକ ଲକ୍ଷ ଦର୍ଶକଙ୍କ ସାମ୍ନାରେ କାହିଁକି କାନ୍ଦିବାକୁ ବାଧ୍ୟ ହୋଇଥିଲେ ? ତାଙ୍କ ସହିତ ପୁରା ଦେଶକୁ ଏପରି କ୍ଷତ ମିଳିଥିଲା, ଯାହାକୁ ସେମାନେ ଚାହିଁଲେ ବି ଭୁଲି ପାରିବେ ନାହିଁ । ୧୯୯୬ ମସିହାର କଥା । ଭାରତ ବିଶ୍ବକପ ଆୟୋଜନ କରିବାର ସୁଯୋଗ ପାଇଥିଲା । ମହମ୍ମଦ ଅଜହରୁଦ୍ଦିନଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପୁରା ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲା । କ୍ୱାର୍ଟର ଫାଇନାଲରେ ଏହାର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ସମଗ୍ର ଦେଶର ଭାରତୀୟ ଦଳର ବିଜୟ ନେଇଆଶା ରଖଇଥିଲେ । ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଲକ୍ଷେରୁ ଅଧିକ ଦର୍ଶକ ଏକାଠି ହୋଇଥିଲେ । କିନ୍ତୁ ଏହି ମ୍ୟାଚରେ ଏପରି କିଛି ଘଟିଥିଲା ଯାହାକୁ କେହି ଆଶା କରିନଥିଲେ ଏବଂ କାମ୍ବଲି କାନ୍ଦିବାକୁ ବାଧ୍ୟ ହୋଇଥିଲେ ।
୧୯୯୬ ବିଶ୍ୱକପର ପ୍ରଥମ ସେମିଫାଇନାଲ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ବିନୋଦ କାମ୍ବଲି ଅଂଶ ଗ୍ରହଣ କରିଥିଲେ । ମ୍ୟାଚ୍ ଆରମ୍ଭରୁ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା । ଟଚ୍ ଜିତିବା ପରେ ଭାରତୀୟ ଦଳ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଆଉ ୩୫ ରନରେ ୩ଟି ଓ୍ବିକେଟ୍ ନେବାରେ ସଫଳ ହୋଇଥିଲା । ଏଥି ସହିତ ୮୫ ରନରେ ଚତୁର୍ଥ ଓ୍ବିକେଟ୍ ମଧ୍ୟ ହରାଇଥିଲା ଶ୍ରୀଲଙ୍କା । ଏହି ମ୍ୟାଚରେ ଯେକୌଣସି ମତେ ଶ୍ରୀଲଙ୍କା ୨୫୧ ରନ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ଭାରତ ୧୨୦ ରନରେ ୮ଟି ଓ୍ବିକେଟ କରାଇ ଦେଇଥିଲା ।
ଟିମ୍ ଇଣ୍ଡିଆ ହାରିବାର ଦେଖି ଭାରତୀୟ ପ୍ରଶଂସକମାନେ ରାଗି ଯାଇ ପଡିଆରେ ବୋତଲ ଫିଙ୍ଗିବାକୁ ଲାଗିଲେ । ଏଥିରେ ଖେଳାଳିମାନେ ବିରକ୍ତ ହୋଇଥିଲେ। ପରିସ୍ଥିତି ଏତେ ଖରାପ ହେଲା ଯେ ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡିଲା ଏବଂ ଶ୍ରୀଲଙ୍କାକୁ ବିଜୟ ଘୋଷଣା କରାଗଲା । ଏହି ସମୟରେ କାମ୍ବଲି କ୍ରିଜରେ ଉପସ୍ଥିତ ଥିଲେ ।ଏଥିରେ ସେ ଗଭୀର ଆଘାତ ପାଇଥିଲେ ଏବଂ ହଜାର ହଜାର ପ୍ରଶଂସକଙ୍କ ସାମ୍ନାରେ କାନ୍ଦିବାକୁ ବାଧ୍ୟ ହୋଇଥିଲେ ।
ଏହି ମ୍ୟାଚରେ ଭାରତୀୟ ପ୍ରଶଂସକମାନେ ବିଜୟ ଆଶା କରିଥିଲେ। କିନ୍ତୁ ୨୫୨ ରନ୍ ପଛରେ ଗୋଡ଼ାଇବା ବେଳେ ସେମାନେ ୮ ରନ ସ୍କୋରରେ ପ୍ରଥମ ୱିକେଟ୍ ହରାଇଥିଲେ ଟିମ ଇଣ୍ଡିଆ । ଏହା ପରେ ସଚିନ ଏବଂ ସଞ୍ଜୟ ମଞ୍ଜରେକର ଇନିଂସ ନେଇ ଦଳର ସ୍କୋରକୁ ୯୮କୁ ନେଇଥିଲେ। ତେବେ, ଏହା ପରେ କ’ଣ ଘଟିଲା, ପ୍ରଶଂସକଙ୍କ ମଧ୍ୟରୁ କେହି ବିଶ୍ୱାସ କରି ପାରିଲେ ନାହିଁ | ମଞ୍ଜରେକର ୯୮ ରନ୍ ସ୍କୋରରେ ଆଉଟ୍ ହେବା ମାତ୍ରେ ସେଠାରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଯିବାକୁ ଲାଗିଲା। ଭାରତୀୟ ଦଳ ଆଉ ୨୨ ରନ୍ ସ୍କୋର କରି ୭ ୱିକେଟ୍ ହରାଇଥିଲା ।
ତେବେ ବିନୋଦ କାମ୍ବଲି ଅନିଲ କୁମ୍ବଲେଙ୍କ ସହ ୨୯ ବଲରେ ୧୦ରନ ସ୍କୋର କରିବା ପରେ ମଧ୍ୟ କ୍ରିଜରେ ଥିଲେ । କିନ୍ତୁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ପରାଜୟ ବିଷୟରେ ଜାଣିଥିଲେ । ସେ ଭାରତୀୟ ଖେଳାଳିଙ୍କ ଉପରେ ରାଗି ବୋତଲ ଫିଙ୍ଗିବା ଆରମ୍ଭ କଲେ । ପରିସ୍ଥିତି ବିଗିଡିବା ଦେଖି ମ୍ୟାଚ୍ ରେଫରି ଶେଷରେ ଶ୍ରୀଲଙ୍କାକୁ ବିଜେତା ଘୋଷଣା କରିଥିଲେ । କାମ୍ବଲି ସଂପୂର୍ଣ୍ଣ ବ୍ୟାଟିଂ ମଧ୍ୟ କରିପାରି ନଥିଲେ । କାମ୍ବଲି ଏପରି ପରାଜୟର ଯନ୍ତ୍ରଣା ସହି ପାରିଲେ ନାହିଁ । କାମ୍ବଲି ଏବଂ ସମଗ୍ର ଦେଶ ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି ।