ଓଜନ କମ କରିବା ପାଇଁ କେଶ, ନଖ କାଟିବା ସହିତ ରକ୍ତ କାଢ଼ିଥିଲା ଭିନେଶ କିନ୍ତୁ…

ନୂଆଦିଲ୍ଲୀ : ଭିନେଶ ଫୋଗଟଙ୍କୁ ବଡ଼ ଝଟକା ।  ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କୁ ଡିସକ୍ୱାଲିଫାଏଡ୍ ଘୋଷିତ କରାଯାଇଛି । ୫୦ କେଜିରୁ ଅଧିକ ଓଜନ ପାଇଁ ମେଡାଲ ହାତେବାରୁ ବାଦ ପଡିଲେ ରେସଲର ଭିନେଶ ଫୋଗଟ । ପ୍ରି କ୍ବାର୍ଟର ଏବଂ କ୍ବାର୍ଟର ଫାଇନାଲରେ ବିଜୟୀ ଭାରତର ଏହି ମହିଳା ରେସଲର ସେମି ଫାଇନାଲରେ ମଧ୍ୟ ଦମଦାର ବିଜୟ ହାସଲ କରିଥିଲେ । କିନ୍ତୁ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ଚୁରମାର୍ ହୋଇଗଲା  ।

ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ଓଜନ ୨ କିଲୋ ଅଧିକ ଥିଲା  । ଯାହାକୁ କମ୍ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ  । ରିପୋର୍ଟ ମୁତାବକ ସେମିଫାଇାଲ ମ୍ୟାଚ ସମୟରେ ସେ ୫୨ କେଜି ଓଜନ ଥିଲେ ଏବଂ ଏହି ୨ କିଲୋ ଅଧିକ ଓଜନ କମ୍ କରିବା ପାଇଁ ସେ ନିଜ ରକ୍ତ ମଧ୍ୟ କାଢିଥିଲେ  ।

ମିଡିଆ ରିପୋର୍ଟ ଅନୁସାରେ ଭିନେଶ ସେମିଫାଇନାଲ ଜିତିବା ପରେ କୌଣସି  ବିଶ୍ରାମ ନେଇ ନଥିଲେ ବରଂ ରାତିସାରା ଜଗିଂ, ସାଇକଲିଂ ଏବଂ ସ୍କିପିଙ୍ଗ କରି ନିଜର ଅତିରିକ୍ତ ଓଜନ କମ୍ କରିବାକୁ ଚେଷ୍ଟା କରିଥିଲେ  । ଖାଲି ଏତିକି ନୁହେଁ ସେ ନିଜ ଚୁଟି ଏବଂ ନଖ ମଧ୍ୟ କାଟି ଦେଇଥିଲେ । ଏଥି ସହିତ ନିଜ ଶରୀରରୁ ରକ୍ତ ମଧ୍ୟ କାଢି ଦେଇଥିଲେ । ହେଲେ ଏତେ ପ୍ରଚେଷ୍ଟା ପରେ ମଧ୍ୟ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ  ତାଙ୍କୁ ଅଯୋଗ୍ଯ ଘୋଷିତ କରାଯାଇଛି ।