ଫାଣ୍ଡି ଅଧିକାରୀ କରୋନା ପଜିଟିଭ ଚିହ୍ନଟ, ସାମୟିକ ଭାବେ ବନ୍ଦ ହେଲା ଭିମସାର ଫାଣ୍ଡି

ସୁନ୍ଦରଗଡ଼: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ସୁସ୍ଥତା ହାର ମଧ୍ୟ ବୃଦ୍ଧ ପାଉଛି । ରାଜରେ ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନା ସଂକ୍ରମଣ । ତେଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ରଖିବାକୁ ସରକାରଙ୍କ ପ୍ରୟାସ ଜାରି ରହିଛି । ଯେଉଁ ଅଞ୍ଚଳରକୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳ ଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ ମଧ୍ୟ କରାଯାଉଛି । ସେ ହସପିଟାଲ ହେଉ କିମ୍ବା ଥାନା ସବୁ ଉପରେ ଦୃଷ୍ଟି ରଖିଛି ପ୍ରଶାସନ ।

ତେବେ କିଛିଦିନ ହେବ ବୁର୍ଲା ଭିମସାର ହସପିଟାଲରେ ସଂକ୍ରମିତ ଚିହ୍ନଟ ହେବାପରେ ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଏଭଳି ପରିସ୍ଥିତିରେ ପୁଣି ବୁର୍ଲା ଭିମସାର ଫାଣ୍ଡିକୁ ମଧ୍ୟ କିଛି ଦିନ ପାଇଁ ବନ୍ଦ କରିଦିଆଯାଇଛି । ବୁର୍ଲା ଭିମସାର ଫାଣ୍ଡି ସାମୟିକ ବନ୍ଦ ହେବ । ଫାଣ୍ଡି ଅଧିକାରୀ କରୋନା ପଜିଟିଭ ଚିହ୍ନଟ ପରେ ପଦକ୍ଷେପ ଏଭଳି ନିଷ୍ପତି ନେଇଛି ପ୍ରଶାସନ ।

ଅଧିକାରୀଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯାଇଥିବାବେଳେ ଫାଣ୍ଡିର ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ପୂର୍ବରୁ ଭିମସାରର ସମସ୍ତ ଓପିଡି ଓ କ୍ୟାନ୍ସର ବିଭାଗକୁ ବନ୍ଦ କରି ଦିଆଯାଇଛି । ମେଡିକାଲର ପ୍ରାୟ ୫୦ ଜଣ କର୍ମଚାରୀ, ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀ କ୍ୱାରେଣ୍ଟାଇନରେ ଥିବାବେଳେ ୨୭ରୁ ଅଧିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ପୁଣି ହସପିଟାଲ ପରିସରରେ ଥିବା ଫାଣ୍ଡି ଅଧିକାରୀ ପଜିଟିଭ ଆସିବା ପରେ ଏହାକୁ ସାମୟିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ ।

Leave a Reply