ମାଡ଼ମାରି ବନ୍ଧା ହେଲେ ୨ ଡାକ୍ତର

1 min read

ମହଙ୍ଗା ପଡ଼ିଲା ରୋଗୀଙ୍କୁ ବସଉଠ୍‌ କରିବା । ଭିଡିଓ ଭାଇରାଲ ପରେ ହେଲା କାର୍ଯ୍ୟାନୁଷ୍ଠାନ । ବୁର୍ଲା ମେଡିକାଲରେ ୨ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏସ୍‌ପି, ଏସଡିପିଓ, ଓଆଇସିଙ୍କ ସହ ୩ ପ୍ଲାଟୁନ୍‌ ପୋଲିସ ଥିବା ସତ୍ତ୍ୱେ ସାର୍ଟ ଫାଡ଼ି ଦୋଷ ସ୍ୱୀକାର କରିବା ସହ କ୍ଷମା ମଗିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସଚେତନ ନାଗରିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଡାକ୍ତର ପ୍ରଥମେ ରୋଗୀକୁ ନର୍ସିଂହୋମ ନେବାକୁ ବାଧ୍ୟ କରିଥିବା ଏବଂ ନର୍ସିଂହୋମରେ ଖର୍ଚ୍ଚାନ୍ତ କରାଇବା ସତ୍ତ୍ୱେ ଚିକିତ୍ସା ଠିକ୍‌ ଭାବେ ହୋଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାସହ ରୋଗୀଙ୍କ ପରିବାର ନିଜ ପିଲାଙ୍କୁ ନିର୍ଦ୍ଦେ।ଷ କହିବା ସହ ଡାକ୍ତରଙ୍କ ବିରୋଧରେ ବୁର୍ଲା ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଭାଇରାଲ ଭିଡିଓ ଯାଞ୍ଚ ଚାଲିଛି ଖୁବଶୀଘ୍ର ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍‌ପି।

  ')}

Leave a Reply