ଅବସର ନେଇ ଘରକୁ ଫେରିବା ପରେ ସୈନିକଙ୍କୁ ଏମିତି ସ୍ୱାଗତ କଲା ଓଡିଶାର ଏକ ଗାଁ…

ଭୁବନେଶ୍ୱର: ମାଟିକୁ ଫେରିଛି ମାଟିର ପୁଅ । ଦେଶ ପାଇଁ ଗର୍ବ ମାଟି ପାଇଁ ଗୌରବ ସାଜିଛି ସେ । ଆମେ କହୁଛୁ ସେମାନଙ୍କ ବିଷୟରେ ଯିଏ ସବୁବେଳେ ଆମ ସୁରକ୍ଷାରେ ପାଇଁ ସୀମାରେ ନିୟୋଜିତ ହୋଇଥାନ୍ତି । ସବୁ ପରିସ୍ଥିତିରେ ଦେଶବାସୀଙ୍କ ରକ୍ଷା ପାଇଁ ଅଣ୍ଟାଭିଡ଼ିଥାନ୍ତି । ପ୍ରଥମେ ଦେଶର ସୁରକ୍ଷା ପରେ ନିଜର ସୁରକ୍ଷା ପାଇଁ ଚିନ୍ତା କରନ୍ତି ଆଉ ସେ ହେଉଛନ୍ତି ଆମ ଭାରତୀୟ ଯବାନ । ଆଉ ତାଙ୍କ ସୁରକ୍ଷା ପାଇଁ ଦିନରାତି ଠାକୁରଙ୍କ ପାଖରେ ଗୁହାରି କରନ୍ତି ପରିବାର ଓ ସମ୍ପର୍କୀୟ ।

କିଛି ବର୍ଷର ଚାକିରୀ ପରେ ଅବସର ନେବା ତ ସାମାନ୍ୟ କଥା । କିନ୍ତୁ ଏ ଚାକିରିରେ ଅବସର ନେବା ସମସ୍ତଙ୍କ ଭାଗ୍ୟରେ ନଥାଏ । କାରଣ ଦେଶର ସୁରକ୍ଷା ପାଇଁ ଏମାନେ ନିଜର ବଳିଦାନ ଦେବାକୁ ବି ପଛାନ୍ତି ନାହିଁ । ଅବସର ନେଇ ଜିଅନ୍ତା ଫେରିବାଟା ତାଙ୍କ ପାଇଁ ସହଜ ନଥାଏ । ସେଥିପାଇଁ ତ ଯେତେବେଳେ ବି ଯବାନ ମାନେ ଘରକୁ ଆସନ୍ତି ପରିବାର ଆଉ ସମ୍ପର୍କୀୟମାନେ ଅଜସ୍ର ସ୍ନେହ ଅଜାଡ଼ି ଦିଅନ୍ତି । ଆଉ ଯଦି ସେମାନେ ଅବସର ନେଇ ଫେରନ୍ତି ତ ସେତେବେଳେ ସମସ୍ତଙ୍କ ପାଇଁ ଖୁସି କହିଲେ ନ ସରେ । ଠିକ୍ ଏମିତି ଏକ ଘଟଣା ଦେଖାଦେଇଛି ଓଡ଼ିଶାର ଖଣ୍ଡହଥା ପଞ୍ଚାୟତର ନୂଆଗଡ଼ର ଯବାନ । ଯେଉଁଠି ଗାଁର ପୁଇ ଘରକୁ ଫେରିବା ପରେ ପରିବାର, ପୂରା ଗାଁ ତାଙ୍କୁ ଘଣ୍ଟ ଘଣ୍ଟା ହୁଳହୁଳିରେ ତାଙ୍କୁ ସ୍ୱାଗତ କରିଛି । ତେବେ ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟିକୁ ଖୁବ୍ ପ୍ରସଂଶା ମଧ୍ୟ ମିଳିଛି ।

Leave a Reply