spot_img

Latest Posts

ବାପାମାଙ୍କୁ ନିର୍ଯାତନା ଦେଉଥିଲା ଉଦ୍ଧତ ପୁଅ, ଗଛରେ ବାନ୍ଧିଲେ ଗାଁ ଲୋକ

କେନ୍ଦୁଝର: ବାପାମାଙ୍କୁ ନିର୍ଯାତନା ଦେଉଥିବା ଉଦ୍ଧତ ପୁଅକୁ ଗଛରେ ବାନ୍ଧିଲେ ଗାଁ ଲୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସଟତିରା ଗାଁରେ ଏଭଳି ଘଟିଛି। ଉଦ୍ଧତ ପୁଅ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ବାପମାଆ।

ସଟତିରା ଗାଁର ଯଦୁମଣି ନାହକଙ୍କ ଏକମାତ୍ର ପୁଅ ଶଙ୍କର ନିଜ ଇଚ୍ଛାରେ ବାହା ହେବାପରେ ବାପାମାଆଙ୍କୁ ଘରେ ରହିବାକୁ ଦେଉନାହିଁ । ଆବାସ ଯୋଜନାରେ ବାପା ଯଦୁମଣିଙ୍କ ନାଁରେ ପକ୍କାଘର ରହିଛି। ହେଲେ ପୁଅର ବାରଣ ଯୋଗୁ ବାପା ମାଆ ଚାଳଘରେ ରହୁଛନ୍ତି। ଦିନକୁ ଦିନ ପୁଅର ନିର୍ଯାନତା ବୃଦ୍ଧି ପାଉଥିବାରୁ ଯଦୁମଣି ଓ ପତ୍ନୀ ପାକନ ଗାଁ ଭଦ୍ରଲୋକଙ୍କୁ ଡାକି ସମାଧାନ କରିବାକୁ ଚାହିଁଥିଲେ। ହେଲେ ଭଦ୍ରଲୋକଙ୍କୁ ପୁଅ ଶଙ୍କର ଆକ୍ରମଣ କରିଥିଲା। ପରେ ଗ୍ରାମବାସୀ ମିଳିତ ଭାବେ ଶଙ୍କରକୁ ଏକ ଗଛରେ ବାନ୍ଧି ପକାଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ତେବେ ଏହା ମଧ୍ୟରେ ଶଙ୍କର ଫେରାର ହୋଇଯାଇଛି ।

Latest Posts

Don't Miss