spot_img

Latest Posts

ହାତୀ ପାଇଁ ରାତି ଉଜାଗର; ଅଧରାତିରେ ଗାଁ ଭିତରକୁ ପଶି ଆସିଲା ଗୋଠଛଡା ଦନ୍ତା

ନନ୍ଦିଘୋଷ ବ୍ୟୁରୋ : ହାତୀ ପାଇଁ ରାତି ଉଜାଗର । ଅଧ ରାତିରେ ଗାଁ ଭିତରକୁ ପଶି ଆସିଲା ଗୋଠଛଡା ଦନ୍ତା ।  କେନ୍ଦୁଝର ଚମ୍ପୁଆ ଅଞ୍ଚଳରେ ଖେଳାଇଲା ଆତଙ୍କ। ଦୁଇଦିନ ତଳେ ଝାଡ଼ଖଣ୍ଡରେ ତିନିଜଣଙ୍କୁ ଆକ୍ରମଣ କରି ମାରିଥିବା ଦନ୍ତା ଗତ ରାତିରେ ବୈତରଣୀ ନଦୀ ପାର ହୋଇ  ଚମ୍ପୁଆ ରେଞ୍ଜର ରରୁଆଁଗୋଡା ଗାଁ ମଧ୍ୟ ଦେଇ  ବାଙ୍କିଆ ଗାଁ କୁ ପଶି ଆସିଥିଲି ।  ରରୁଆଁଗୋଡା ଗାଁରେ ଜଣଙ୍କ ଘର ଝରକା ତାଡ଼ି ଘର ଭିତରୁ ଧାନ ଚାଉଳ ଖାଇବାକୁ ଉଦ୍ୟମ କରିଥିବା ବେଳେ ଜଣଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲା।  ରାତି ସାରା ହାତୀଟି ଗାଁରେ ଉତ୍ପାତ ଚଳାଇଥିବାବେଳେ ସାରାରାତି ଉଜାଗର ରହି ବନ ବିଭାଗ ଓ ଗ୍ରାମବାସୀ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ । ବ୍ୟାପକ ପନିପରିବା ନଷ୍ଟ  ସହ ରାତିସାରା ଗାଁରେ ବ୍ୟାପକ ଉପଦ୍ରବ କରିବା ପରେ ପୁଣି ବୈତରଣୀ  ପାର ହୋଇ ସକାଳୁ ହାତୀଟି ମୟୁରଭଞ୍ଜ କେଶରୀ ଗାଁ ଜଙ୍ଗଲକୁ ଚାଲି ଯାଇଛି ।

Latest Posts

Don't Miss