ବାଲି ଖନନକୁ ନେଇ ଗ୍ରାମବାସୀ-ବାଲି ମାଫିଆ ମୁହାଁମୁହିଁ

ଜଳେଶ୍ୱର: ଚୋରା ବାଲି ଖନନକୁ ନେଇ ଗ୍ରାମବାସୀ ବାଲି ମାଫିଆ ମୁହାଁମୁହିଁ । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି । ଜଳେଶ୍ୱର ତହସିଲ ଦକ୍ଷିଣ ପ୍ରହରାଜପୁର ନିକଟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ପ୍ରତିଦିନ ରାତି ହେଲେ ବେଆଇନ ବାଲି ଖନନ ହେଉଛି । ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ଚୋରା ବାଲି ଖନନରେ ରୋକ୍ ଲଗାଇ ପାରୁ ନଥିଲା ପ୍ରଶାସନ। ଯାହାକୁ ନେଇ ଆଜି ଗ୍ରାମବାସୀ ଉତ୍ୟକ୍ତ ହୋଇ ୧୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରାକ୍ଟର ଅଟକାଇଛନ୍ତି । ଯାହା ଫଳରେ ବାଲିମାଫିଆଙ୍କ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।