ମୌତ କା କୂଆ: ବାଲଟିଏ ପାଣି ପାଇଁ ବାଜିରେ ଜୀବନ
1 min readମୁମ୍ବାଇ: ପାଣି ପାଇଁ ଚାଲିଛି ବିପଦଜ୍ଜନକ ପ୍ରତିଯୋଗିତା । ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମେଲଘାଟର ଖଳିଆଳ ଗାଁରେ । ବାଲଟିଏ ପାଣି ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ଗ୍ରାମବାସୀ । ଗାଁରେ ଦେଖିବାକୁ ମିଳିଛି ଜଳକଷ୍ଟ । ଗାଁରେ ୧୫୦୦ ଜନସଂଖ୍ୟାଙ୍କ ଶୋଷ ମେଣ୍ଟାଇବା ପାଇଁ ୨ଟି କୂପ ରହିଛି । ହେଲେ କୂଅଟି ପ୍ରାୟତଃ ଶୁଖିଲା ରହୁଥିବାରୁ 2 ରୁ ୩ଟି ଟ୍ୟାଙ୍କର ଗାଁକୁ ପାଣି ଯୋଗାଇଥାନ୍ତି ।
ଟ୍ୟାଙ୍କରର ପାଣି ଯୋଗାଇବା ବ୍ୟବସ୍ଥା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ପ୍ରତିଦିନ ୨ଟି ଟ୍ୟାଙ୍କର ଆସି ଶୁଖିଲା କୂଅରେ ପାଣି ଭରିଥାଏ । ଆଉ ଏଠାରୁ ପାଣି ନେବା ପାଇଁ ପ୍ରତିଯୋଗିତା କରିଥାନ୍ତି ଗ୍ରାମବାସୀ । ତାହା ବି ଅତି ବିପଦଜ୍ଜନକ ଭାବେ ଜୀବନକୁ ବାଜି ଲଗାଇ ଗ୍ରାମବାସୀ ମାନେ କୂଅରୁ ପାଣି କାଢି ଥାଆନ୍ତି ।
#WACTH | Maharashtra: People of Khadial village in Melghat are risking their lives for a bucket of water
"There are only two wells in the village which have almost dried up, a village of 1500 population is dependent on 2-3 tankers for water every day", said a villager pic.twitter.com/5tWAjDgqci
— ANI (@ANI) June 10, 2022
ସେପଟେ ଅପରିଷ୍କାର ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଗାଁ ଲୋକେ । ଆଉ ଯଦି କେହି ଅସୁସ୍ଥ ହୁଏ ତେବେ ହସ୍ପିଟାଲ ଯିବା ପାଇଁ ଗାଁକୁ ରାସ୍ତା ଟିଏ ବି ନାହିଁ । ତେବେ ଜଳ ସଙ୍କଟ ଦୂର ପାଇଁ ଗାଁରେ ଚାଲିଛି ଜୀବନ-ମରଣ ଖେଳ ।