ବାଲିଘାଟକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ, ଗିରଫ ଭୟରେ ଗାଁ ଛାଡ଼ିଲେ ମହିଳା ଓ ପୁରୁଷ

ଆନନ୍ଦପୁର: ହାଟଡ଼ିହି ବ୍ଲକ କରଗୋଳା ଗାଁରେ ପୋଲିସର ଆତଙ୍କ । ଗିରଫଦାରୀ ଭୟରେ ରାତି ଅଧିଆ ଗାଁ ଛାଡ଼ୁଛନ୍ତି ପୁରୁଷ ଓ ମହିଳା । ଗତ ୨୮ ତାରିଖ ଦିନ ବୈତରଣୀ ନଦୀର ବାଲିଘାଟକୁ ନେଇ ପୋଲିସ ଓ ଗାଁଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଭାଙ୍ଗି ଦେଇଥିଲେ । ଘଟଣାରେ ପୋଲିସ ଶତାଧିକ ଗାଁଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା । ଗତ ୩ ତାରିଖରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ବାଲିଘାଟ ଲିଜ୍‌ଧାରୀ ଗୁଣ୍ଡାମାନେ ପୋଲିସ ଉପରେ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପୋଲିସର ଚଢ଼ାଉ ଓ ଲିଜ୍‌ଧାରୀ ଗୁଣ୍ଡାମାନଙ୍କ ଧମକରେ ୩ଶହରୁ ଉର୍ଦ୍ଧ୍ୱ ଲୋକେ ଗାଁ ଛାଡିଛନ୍ତି । ଏବଂ ରାମଚନ୍ଦ୍ରପୁର ଥାନା ମଧୁକେଶରୀ ଗାଁରେ ଆଶ୍ରୟ ନେଇଛନ୍ତି ।

ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ଗାଁଲୋକେ ତୟାର ହୋଇଛନ୍ତି । ପୋଲିସର ବାଟ ଅବରୋଧ କରିବା ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ଗାଁଲୋକଙ୍କୁ ଗିରଫ କରାଯାଉଥିବା ପୋଲିସ ସୂଚନା ଦେଇଛି ।

 

Leave a Reply