ସହକାରୀ ଶିକ୍ଷକଙ୍କୁ ବଦଳି ନ କରିବା ଦାବିରେ ବିଇଓଙ୍କୁ ମାଡ ମାରି ଲହୁଲୁହାଣ

ବାଲେଶ୍ବର: ସୋର ବ୍ଲକ ଶିକ୍ଷାଧିକାରୀଙ୍କୁ  ଗୋଡାଇ ଗୋଡାଇ ମାଡ଼ ମାରିଲେ ଗ୍ରାମବାସୀ । ବ୍ଲକରୁ ମିଳିତ ଜନ ଶୁଣାଣି ସାରି ଫେରୁଥିବା ବେଳେ ବ୍ଲକ ଫାଟକ ନିକଟରେ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣର ପ୍ରକୃତ କାରଣ ଜଣାପଡିନାହିଁ  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି  ।

ବାଲେଶ୍ଵର ଜିଲ୍ଲା ତେଣ୍ଟେଇ ଭିକାରୀ ଚରଣ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ବିଶ୍ବାଳଙ୍କୁ ବଦଳି ନକରିବା ଦାବିରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି  ।

ତେଣ୍ଟେଇ ଗାଁର କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଶିକ୍ଷଧିକାରୀଙ୍କ ମୁଣ୍ଡ ଓ ହାତରେ ଗଭୀର  ଆଘାତ ଲାଗିଛି  । ସୁଧାଂଶୁ ଶେଖର ଜେନାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି  ।