ମହଙ୍ଗା ପଡ଼ିଲା ରାତିଅଧିଆ ରେଡ୍, ଚୋର ଭାବି ପୋଲିସକୁ ଛେଚିଲେ ଗ୍ରାମବାସୀ

ମାଲକାନଗିରି: ଗଞ୍ଜେଇ କାରବାର ଖବର ପାଇ ରେଡ୍ ବେଳେ ହଟହଟା ହେଲା ପୋଲିସ । ଚୋର ଭାବି ମାଡ଼ି ବସିଲେ ଗ୍ରାମବାସୀ । ଜଣେ ପୋଲିସକୁ ଅଟକ ରଖିଲେ ଗାଁ ଲୋକ । ସୂଚନା ଅନୁସାରେ କୋରାପୁଟ ମାଛକୁଣ୍ଡ ମାଟିଖାଲରେ ଗଞ୍ଜେଇ ଥିବା ଖବର ପାଇ ମାଲକାନଗିରି ଏସଡିପିଓଙ୍କ ନିର୍ଦ୍ଦେଶରେ ମାଥିଲି, ଗୋବିନ୍ଦପାଳି ଓ ମାଲକାନଗିରି ପୋଲିସ ମିଳିତ ଭାବରେ ରାତିଅଧିଆ ଚଢ଼ାଉ କରିଥିଲା । ପୋଲିସ ଲୋକଙ୍କ କବାଟ ବାଡେଇ ଭୟଭୀତ କରାଇଥିଲା ।

କେବଳ ସେତିକି ନୁହେଁ ରାତି ଅଧରେ ଗାଁ ମଝିରେ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ ପୋଲିସ । ଗାଁ ମଝିରେ ଫାଙ୍କା ଗୁଳି ଚାଳନା କରିବାରୁ ଗାଁ ଲୋକ ଲୁଟେରା ବୋଲି ଭାବି ଏକାଠି ହୋଇଥିଲେ । ଅସ୍ତ୍ରଶସ୍ତ୍ର ଧରି ପୋଲିସଙ୍କ ଆଡ଼କୁ ମାଡି ଯାଇଥିଲେ । ଗ୍ରାମବାସୀଙ୍କୁ ଦେଖି ପୋଲିସ ଛତ୍ରଭଙ୍ଗ ଦେବା ବେଳେ ଜଣେ ପୋଲିସ କର୍ମଚାରୀ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲା ।