ତଦନ୍ତ ପାଇଁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ୪ କନେଷ୍ଟବଳ ଆହତ

ଭଦ୍ରକ: ପୋଲିସ ଉପରେ ଆକ୍ରମଣ ଅଭିଯୋଗ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ତୋରଣ ପଦା ଗାଁରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ତଦନ୍ତ ପାଇଁ ପୋଲିସ ଯାଇଥିବା ସମୟରେ ହଠାତ ଗ୍ରାମବାସୀ ପୋଲିସ ଉପରେ କରିଛନ୍ତି ଆକ୍ରମଣ । ଗ୍ରାମବାସୀଙ୍କ ଆକ୍ରମଣରେ ୪ ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ଜଣେ ମହିଳା କନେଷ୍ଟବଳ ଓ ୩ ଜଣ ପୁରୁଷ କନେଷ୍ଟବଳ ଆହତ ହୋଇଛନ୍ତି । ଏତଲା ଅନୁସାରେ, ତୋରଣପଦା ଗାଁର କରୁଣାକରଙ୍କ ଘର କବାଟ ବାଡ଼େଇବାରୁ ପୂର୍ବ ପ୍ରସ୍ତୁତ ହୋଇଥିବା କରୁଣାକର ଓ ତାଙ୍କ ସମର୍ଥକ ମାନେ ପୋଲିସକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ସାବରଙ୍ଗ ପୋଲିସର ୪ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ୨ ଜଣ କନେଷ୍ଟବଳ ଗୁରୁତର ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ମଞ୍ଚେଶ୍ୱର ମୁଣ୍ଡା ସାହିରେ ଖଣ୍ଡା ବୁଲିବା ଘଟଣା: ୨୧ଜଣଙ୍କୁ ଗିରଫ କଲା ପୋଲିସ

Leave a Reply