spot_img

Latest Posts

ପକ୍କାରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ

ଆବଡ଼ାଖାବଡ଼ା, ପାହାଡିଆ କାଦୁଅ ପଚପଚ ରାସ୍ତା । ମଝିରେ ମଝିରେ ବଡ଼ବଡ଼ ଗାଡ଼ । ସେଥିରେ ବର୍ଷା ଯୋଗୁ ପାଣି ପଚପଚ । ବର୍ଷା ଦିନେ ସମସ୍ୟା ନ କହିଲେ ଭଲ। ଆଉ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ପିଲାଠୁ ବୟସ୍କ। ବିପଦଶଙ୍କୁଳ ଭାବେ କରୁଛନ୍ତି ଯାତାୟତ। ପକ୍କାରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି କୋରାପୁଟ ପଟ୍ଟାଙ୍ଗୀ ବ୍ଳକ ପୁକାଲି ପଞ୍ଚାୟତର ନାଲାକଣ୍ଡା ଗ୍ରାମବାସୀ। ରାସ୍ତାରେ ଚାଲିଚାଲି ଯିବା ମୁସ୍କିଲ ହୋଇ ପଡୁଥିବା ବେଳେ ରେଗୀକୁ ଡାକ୍ତରଖାନା ନେବା ପାଇଁ ଜରୁରୀ ସମୟରେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ଫଳରେ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆରେ ଦୁଇ କିଲୋମିଟର ବୋହି ନେବାକୁ ପଡୁଛି । ପ୍ରଶାସନ ନିଦାବିଷ୍ଣୁ ସାଜିଥିବାବେଳେ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଗାଁକୁ ରାସ୍ତା ନଥିବାରୁ ରାସନ ଚାଉଳ କି ଭତ୍ତା ପାଇଁ ବୟସ୍କ ଲୋକମାନେ ଭୋଗୁଛନ୍ତି ସମସ୍ୟା । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଯେପରି ଶୀଘ୍ର ରାସ୍ତା ନିର୍ମାଣ ହେବ ତାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷା । ତେବେ ପ୍ରଶାସନ କେବେ ନାଲାକଣ୍ଡା ଗ୍ରାମବାସୀଙ୍କ ଦୁଃଖ ଶୁଣୁଛି ଗାଁକୁ କେବେ ପକ୍କା ରାସ୍ତା ନିର୍ମାଣ ହେଉଛି ତାହା ଉପରେ ନଜର ।

Latest Posts

Don't Miss