ସାମ୍ବାଦିକଙ୍କ ନାଁରେ ଜିଲ୍ଲାପାଳଙ୍କ ଆଗରେ ଗୁହାରୀ

ଭଦ୍ରକ: ସାମ୍ବାଦିକଙ୍କ ନାଁରେ ଜିଲ୍ଲାପାଳଙ୍କ ଆଗରେ ଗୁହାରୀ । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ସାମ୍ବାଦିକଙ୍କ ନାଁରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟରେ ଓ୍ବେବ ସାମ୍ବାଦିକ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏହାସହ ମିଛ ଏତଲା ଦେବାକୁ ମଧ୍ୟ ଓ୍ବେବ ସାମ୍ବାଦିକ ଧମକ ଦେଉଛନ୍ତି। ଏ ନେଇ ସମ୍ପୃକ୍ତ ସାମ୍ବାଦିକଙ୍କ ନାଁରେ ଭଦ୍ରକ ଜିଲ୍ଲାପାଳ, ଏସପି, ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବସୀ ।