ଗୋଟିଏ ଗାଁର ୧୫ ପରିବାର ବାସନ୍ଦ, ବର୍ଷ ବର୍ଷ ଧରି ରାଜ୍ କରୁଛନ୍ତି ମୁଷ୍ଟିମେୟ

1 min read

ଅନୁଗୁଳ: କଙ୍ଗାରୁକୋର୍ଟ ଆଧୁନିକ ସମାଜର କଳଙ୍କିତ ପ୍ରଥା । ମଣିଷ ଆଗକୁ ବଢ଼ୁଛି, ଜହ୍ନରେ ବଞ୍ଚିବାକୁ ସ୍ୱପ୍ନ ଦେଖୁଛି । ହେଲେ ମନରୁ ଲିଭୁନି ଅନ୍ଧାରୀ ଦୁନିଆର ଅରାଜକତା । ଇଏ ସେମିତି ଏକ ଗାଁ । ଯେଉଁଠି କଥା କଥାକେ ମିଳୁଛି ବାସନ୍ଦ ନିର୍ଦ୍ଦେଶ । ଅନୁଗୁଳ ସହର ନିକଟରେ ରହିଥିବା କଙ୍ଗାରୁକୋର୍ଟର ଏହି ଗାଁ ସାନ୍ତରାପୁର । ଗାଁରେ ୨ ଶହରୁ ଅଧିକ ପରିବାର ବସବାସ କରନ୍ତି ।

Village Of Kangaroo Court Angul Santarapur Odisha

ଗାଁରେ ଆଇନ୍ ନାଁରେ ବ୍ୟଭିଚାର ଚାଲିଥିବା ଅଭିଯୋଗ ହୋଇଛି । କଥା କଥାକେ ପରିବାରକୁ ଆର୍ଥିକ ଦଣ୍ଡ ଦେବାସହ ଗାଁରୁ ବାସନ୍ଦ ନିର୍ଦ୍ଦେଶ ଦେଉଛି ଗ୍ରାମ କମିଟି । କେଉଁ ଝିଅ ଅନ୍ୟ ଜାତିରେ ବିବାହ କଲା, କିଏ ଚାନ୍ଦା ଦେଇ ନପାରିଲା, କିଏ ଗ୍ରାମ ସଭାରେ ଯୋଗ ନଦେଲେ ଗ୍ରାମ କମିଟି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଛି । ଯିଏ ଜରିମାନା ଦେଇ ନପାରିଲା ବନ୍ଦ ହେଉଛି ନିଆଁପାଣି ।

Village Of Kangaroo Court Angul Santarapur Odisha

ଏମିତି ଆଜି କି କାଲି ନୁହେଁ । ବର୍ଷବର୍ଷ ଧରି ଗାଁର ମୁଷ୍ଟିମେୟ ଲୋକଙ୍କ ଏଠି ଚାଲିଛି ରାଜ୍ । ଗ୍ରାମସଭାର ଏହି ବଡ଼ପଣ୍ଡାଙ୍କ ବିରୋଧରେ ମୁହଁ ଖୋଲିବାକୁ କାହାର ସାହସ ନାହିଁ । ଏବେ ସୁଦ୍ଧା ଗାଁର ୧୫ ପରିବାର ବାସନ୍ଦ ହୋଇ ଅଛନ୍ତି ।  ବାସନ୍ଦ ପରିବାର ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସପି ଏହାର ତଦନ୍ତ ପାଇଁ ଜରପଡ଼ା ପୋଲିସ୍ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Village Of Kangaroo Court Angul Santarapur Odisha

ବାସନ୍ଦ ହୋଇଥିବା ପରିବାରକୁ ଦୋକାନି ସଉଦା ଦେଲେ କିମ୍ବା ପିଲାଟିଏ ଗାଁରେ କାହା ସହ କଥା ହେଲେ ଦେବାକୁ ପଡ଼ୁଛି ଜରିମାନା । ଏପରିକି ବାସନ୍ଦ ପରିବାର ପିଲାଙ୍କୁ ଗାଁରେ ସ୍କୁଲ ଓ ଟ୍ୟୁସନ ବି ମନା ହୋଇଛି ।

https://youtu.be/lb1VWmKBCa8

Leave a Reply