spot_img

Latest Posts

ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ପଞ୍ଚାୟତ ବାସୀ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାର ଦ୍ୱାରସ୍ଥ ହେଲେ ପଞ୍ଚାୟତ ବାସିନ୍ଦା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଜିଲ୍ଲାର ରସୁଲପୁର ବ୍ଲକ ଅତଲାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ସେ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ସରପଞ୍ଚ ଆବାସ ଯୋଜନାରେ ଘର ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ମାତ୍ର ଲୋକଙ୍କୁ ଘର ଯୋଗାଇବାରେ ବିଫଳ ହୋଇଛନ୍ତି

ସେହିପରି ପଞ୍ଚାୟତରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ବାବଦ ଟଙ୍କା ମଧ୍ୟ ହଡ଼ପ କରିଛନ୍ତି। ଏନେଇ ପଞ୍ଚାୟତ ବାସୀ ପୂର୍ବରୁ ସ୍ଥାନୀୟ ବିଧାୟିକାଙ୍କ ସମେତ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଆଜି ସରପଞ୍ଚଙ୍କ ଏଭଳି ଦୁର୍ନୀତି ବିରୋଧରେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ତୁରନ୍ତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କିଛିଦିନ ତଳେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିଲେ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପାଇଁ ଖର୍ଚ୍ଚ ସୀମା ବଢ଼ିଲା: ଏଣିକି ୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ ପ୍ରାର୍ଥୀ

Latest Posts

Don't Miss