ମହଙ୍ଗା ପଡିଲା ଗୋଆ ଟ୍ରିପ୍, ମୋବାଇଲ ବିକି ହୋଟେଲ ବିଲ୍ ଦେଲେ ବିକ୍ରାନ୍ତ
ମୁମ୍ବାଇ: ଫିଲ୍ମରେ ସୁନ୍ଦର ଲୋକେସନ୍ ଦେଖି ବହୁତ ଜଣ ସେହି ସ୍ଥାନକୁ ଯିବା ପାଇଁ ମନ ବଳାଇଥାନ୍ତି । ୟଶ ଚୋପ୍ରାଙ୍କ ଫିଲ୍ମ ସୁନ୍ଦର ସ୍ବିଜରଲ୍ୟାଣ୍ଡକୁ ଦେଖି ଅଧିକାଂଶ ଦର୍ଶକ ସେଠାକୁ ଯିବା ପାଇଁ ଯୋଜନା କରିଥାନ୍ତି ତ ପୁଣି କିଏ ସେଠାକୁ ଯାଇଥାନ୍ତି । ଠିକ୍ ସେହିପରି ଫରହାନ ଅଖତରଙ୍କ ଦିଲ୍ ଚାହତା ହୈ ଫିଲ୍ମ ଦେଖି ଗୋଆ ବିଚ୍ରେ ବୁଲିବାକୁ ଯୋଜନା କରିଥିଲେ ବିକ୍ରାନ୍ତ ମେସି । ସାଙ୍ଗ ମାନଙ୍କ ସହ ଗୋଆ ବୁଲି ଯାଇଥିଲେ ବିକ୍ରାନ୍ତ । କିନ୍ତୁ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବିକ୍ରାନ୍ତ ।
ନିକଟରେ ଏକ ସାକ୍ଷାତକାରରେ ଗୋଆ ଟ୍ରିପ୍କୁ ନେଇ ଖୁଲାସା କରିଛନ୍ତି ଅଭିନେତା । ସେ କହିଛନ୍ତି କ୍ୟାରିଅର ଆରମ୍ଭ କରିବାର କିଛି ଦିନ ମଧ୍ୟରେ ସାଙ୍ଗ ମାନଙ୍କ ସହ ସେ ଗୋଆ ଯାଇଥିଲେ । ଏକ ଭଲଭୋ ବସ୍ରେ ମାତ୍ର ୫ ହଜାର ଟଙ୍କା ନେଇ ଗୋଆ ବାହାରିଥିଲେ ମେସି ।
ସେ କହିଛନ୍ତି ‘ସ୍ବଳ୍ପ ରୋଜଗାର ମଧ୍ୟରେ ଟ୍ରିପ୍ ଖର୍ଚ୍ଚ ସେୟାରିଂ ହେଉଥିଲା । କିନ୍ତୁ ହୋଟେଲରୁ ଚେକ୍ ଆଉଟ୍ କରିବା ଦିନ ହି ନେଇଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । ହୋଟେଲ ବିଲ୍ ଦେବା ପାଇଁ କାହା ପାଖରେ ଆଉ ଟଙ୍କା ଟିଏ ନଥିଲା । ଏଣୁ ବାଧ୍ୟ ହୋଇ ବିକ୍ରାନ୍ତ ନିଜ ମୋବାଇଲ ବିକି ହୋଟେଲର ବିଲ୍ ଦେଇଥିଲେ’ । ଏହାପରେ ସେହି ବଳକା ଟଙ୍କାରେ ସେ ଟିକେଟ କରି ଘରକୁ ଫେରିଥିଲେ ।