ପୁଣି ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ, ମାନବ ମିଶନ ପାଇଁ ବଢିଲା ଆଶା

1 min read

ବେଙ୍ଗାଲୁରୁ: ଚନ୍ଦ୍ର ମିଶନରେ ଇସ୍ରୋକୁ ବଡ଼ ସଫଳତା । ୩୦ରୁ ୪୦ ସେଣ୍ଟିମିଟର ଦୂରରେ ପୁଣି ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସ୍ଥଳରୁ ୪୦ ସେମି ଉଚ୍ଚକୁ ଉଠିବା ସହ ୩୦ରୁ ୪୦ ସେମି ଦୂରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । କମାଣ୍ଡ ଅନୁସାରେ ଇଞ୍ଜିନ ଫାୟାର ହେବା ସହ ନିଜେ ନିଜକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ ।

ଲ୍ୟାଣ୍ଡରର ଏହି ସଫଳତା ପରେ ଭବିଷ୍ୟତରେ ବିକ୍ରମ ଫେରିବା ସହ ମାନବ ମିଶନ ସଫଳ ହେବା ଆଶା ବଢ଼ିଛି । ଚନ୍ଦ୍ରଯାନ-୩ର ସବୁ ସିଷ୍ଟମ ସ୍ବାଭାବିକ କାର୍ଯ୍ୟ କରୁଛି ବୋଲି ଇସ୍ରୋ ଟୁଇଟ କରି ସୂଚନା ଦେଇଛି । ଲ୍ୟାଣ୍ଡରେ ଲଗାଯାଇଥିବା ରାମ୍ପ, ChaSTE ଏବଂ ILSA ଫୋଲ୍ଡ ହେବା ସହ ପୁନଃ ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ପରେ ପୁନଃ ନିୟୋଜିତ ହୋଇଛନ୍ତି । ଟୁଇଟର ହ୍ୟାଣ୍ଡେଲରେ ପୁରା ପ୍ରକ୍ରିୟାର ଭିଡିଓ ସେୟାର କରିଛି ଇସ୍ରୋ ।