ପୁଣି ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ, ମାନବ ମିଶନ ପାଇଁ ବଢିଲା ଆଶା
1 min readବେଙ୍ଗାଲୁରୁ: ଚନ୍ଦ୍ର ମିଶନରେ ଇସ୍ରୋକୁ ବଡ଼ ସଫଳତା । ୩୦ରୁ ୪୦ ସେଣ୍ଟିମିଟର ଦୂରରେ ପୁଣି ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସ୍ଥଳରୁ ୪୦ ସେମି ଉଚ୍ଚକୁ ଉଠିବା ସହ ୩୦ରୁ ୪୦ ସେମି ଦୂରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । କମାଣ୍ଡ ଅନୁସାରେ ଇଞ୍ଜିନ ଫାୟାର ହେବା ସହ ନିଜେ ନିଜକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ ।
ଲ୍ୟାଣ୍ଡରର ଏହି ସଫଳତା ପରେ ଭବିଷ୍ୟତରେ ବିକ୍ରମ ଫେରିବା ସହ ମାନବ ମିଶନ ସଫଳ ହେବା ଆଶା ବଢ଼ିଛି । ଚନ୍ଦ୍ରଯାନ-୩ର ସବୁ ସିଷ୍ଟମ ସ୍ବାଭାବିକ କାର୍ଯ୍ୟ କରୁଛି ବୋଲି ଇସ୍ରୋ ଟୁଇଟ କରି ସୂଚନା ଦେଇଛି । ଲ୍ୟାଣ୍ଡରେ ଲଗାଯାଇଥିବା ରାମ୍ପ, ChaSTE ଏବଂ ILSA ଫୋଲ୍ଡ ହେବା ସହ ପୁନଃ ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ପରେ ପୁନଃ ନିୟୋଜିତ ହୋଇଛନ୍ତି । ଟୁଇଟର ହ୍ୟାଣ୍ଡେଲରେ ପୁରା ପ୍ରକ୍ରିୟାର ଭିଡିଓ ସେୟାର କରିଛି ଇସ୍ରୋ ।
Chandrayaan-3 Mission:
??Vikram soft-landed on ?, again!Vikram Lander exceeded its mission objectives. It successfully underwent a hop experiment.
On command, it fired the engines, elevated itself by about 40 cm as expected and landed safely at a distance of 30 – 40 cm away.… pic.twitter.com/T63t3MVUvI
— ISRO (@isro) September 4, 2023