spot_img

Latest Posts

ରିଲିଜ ହେବ ବିଜୟଙ୍କ ଶେଷ ଫିଲ୍ମ ଆଉ ପରଦାରେ ଆସିବେନି ନଜର

ନନ୍ଦିଘୋଷ ବ୍ୟୁରୋ : ତାମିଲ ଷ୍ଟାର ବିଜୟ ଥଲାପତି ରାଜନୀତି ଦୁନିଆରେ ପାଦ ଦେବା ପରେ ଏବେ ସିନେମା ଇଣ୍ଡଷ୍ଟ୍ରିରୁ ଅଲବିଦା ନେଇଛନ୍ତି । ସେ ତାଙ୍କ କ୍ୟାରିୟରରେ ପାଖାପାଖି ୩୦ ବର୍ଷ ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ବ୍ଲକବଷ୍ଟର ହେବା ସହ ବକ୍ସ ଅଫିସରେ ଖୁବ ଧମାଲ କରିଛି । ସେ ଯେ ଖାଲି ତାମିଲରେ ନୁହେଁ ପୁରା ଦେଶରେ ନିଜ ଆକ୍ସନ ଓ ଅଭିନୟ ପାଇଁ ଲୋକପ୍ରିୟ ଅଭିନେତା  ଭାବେ ପରିଚିତ । ତାଙ୍କ ଲୋକପ୍ରିୟତା ଏତେ ବଢିଗଲା ଯେ ପରେ ସେ ଥଲପତି ବିଜୟ ନାମରେ ପରିଚିତ ହୋଇଗଲେ । ଗତ କିଛି ମାସ ତଳେ ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ। ଆଉ ତାପରେ ନିଜେ ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଟିଭିକେ (TVK) ଦଳର ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ  ଦେଇଥିଲେ । ଏହା ଜାଣି ବେଶ ଭାବୁକ ହୋଇଯାଇଥିଲେ ଫ୍ୟାନ୍ସ  । ଆଉ ଏବେ ବିଜୟ ଶେଷଥର ପାଇଁ ସିନେ ପରଦାରେ ନଜର ଆସିବେ। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ । କାରଣ ଏହା ପରେ ସେ ସିନେମା ଜଗତକୁ ସବୁଦିନ ପାଇଁ ଅଲବିଦା କହିବାକୁ ଯାଉଛନ୍ତି । ଏହା ହେଉଛି ଥଲାପତିଙ୍କ ଶେଷ ଫିଲ୍ମ ଯାହାର ନାଁ ହେଉଛି “ଜନ ନାୟାଗନ” । ଯାହାକି ଖୁବଶୀଘ୍ର ବଡ ପରଦାରେ ରିଲିଜ ହେବାକୁ ପ୍ରସ୍ତୁତ । ଆଉ ବିଜୟଙ୍କ ଶେଷ ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ଉତ୍ସାହ ଆଉ ଉତ୍କଣ୍ଠା ଦେଖିବାକୁ ମିଳିଛି  । କାରଣ ସେମାନଙ୍କ ପ୍ରିୟ ସୁପରଷ୍ଟାର ଥଲାପତି ଶେଷଥର ପାଇଁ ଏଥିରେ ଅଭିନୟ କରିବେ । ଆଉ କିଛି ଦିନ ପରେ ସମଗ୍ର ଫିଲ୍ମ ହଲରେ ରିଲିଜ ହେବ  “ଜନ ନାୟାଗନ” । ଏଥିପାଇଁ ଆଗୁଆ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ଏକ ରିପୋର୍ଟ ଅନୁଯାଇ ବେଙ୍ଗାଲୁରର ଅନେକ ହଲରେ ମର୍ଣ୍ଣିଙ୍ଗ ସୋ’ ଟିକେଟ ବିକ୍ରି ହୋଇସାରିଛି । ଏହି ସୋ’ର ଟିକେଟ ମୂଲ୍ୟ ୧୮୦୦ ରୁ ୨୦୦୦ ପର୍ଯ୍ୟନ୍ତ ରହିଛି । ଆଉ କିଛି ହଲରେ ୮୦୦ ଟଙ୍କାରେ ମଧ୍ୟ ଟିକେଟ ମିଳୁଛି । ତେବେ ସୂଚନା ଥାଉ କି ବିଜୟଙ୍କ ଫିଲ୍ମ  “ଜନ ନାୟାଗନ” ଆସନ୍ତା ଜାନୁଆରୀ ୯ ତାରିଖରେ ସିନେମା ହଲଗୁଡିକରେ ରିଲିଜ ହେବ  ।

Latest Posts

Don't Miss