ମହିରେ ମହାମାୟୀ: ବିଜୟା ଦଶମୀରେ ଧରାବତରଣ ଜଗତଜନନୀ

ଭୁବନେଶ୍ୱର: ମହିରେ ମହାମାୟୀ  । ଅଧର୍ମ ଉପରେ ଧର୍ମର ଜୟ କରିବାକୁ ଧରାବତରଣ ହୋଇଛନ୍ତି ମା  ।  ବିଜୟାଦଶମୀରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଦୁର୍ଗା  ।  କଟକଣା ଓ ଫିକା ମାହୋଲରେ ଆଜି ମାଙ୍କ ବିଜୟାଦଶମୀ । ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି । ସକାଳୁ ଉପଚାର ପୂଜା କରାଯିବା ପରେ ବିଜୟାଦଶମୀ ଅନୁଷ୍ଠିତ ହେବ । ଏହା ପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ ।

ଚଣ୍ଡୀ ମାଆଙ୍କୁ ମହୀଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯିବ । ଏହାସହ କଟକ ଗଡଚଣ୍ଡୀ ମାଆଙ୍କୁ ମଧ୍ୟ ମହୀଷାମର୍ଦ୍ଦିନୀ ବେଶରେ ଭୂଷିତ କରାଯିବ । କଟକଣାରେ ମାଙ୍କ ପୂଜାର୍ଚ୍ଚନା ହେଉଥିବାରୁ ଚଳିତ ବର୍ଷ ବି ନିରାଶ ହୋଇଛନ୍ତି ଭକ୍ତ । କଟକଣା ପାଇଁ ମାଆ ମଣ୍ଡପରେ ଅଛନ୍ତି କିନ୍ତୁ ଭକ୍ତଙ୍କୁ ଯିବାର ବାଧକ ରହିଛି  । ଫିକା ଫିକା ପାର୍ବଣରେ ଚାଲିଛି ଆରଧନା  ।

Leave a Reply