spot_img

Latest Posts

ବିଜେପି ମନ୍ତ୍ରୀଙ୍କ ବିରୋଧରେ ପଞ୍ଜିକୃତ ହେଲା FIR, ସୁପ୍ରିମକୋର୍ଟ ଗଲେ ବିଜୟ

ନନ୍ଦିଘୋଷ ବ୍ୟୁରୋ :  ବିଜେପି ମନ୍ତ୍ରୀ ବିଜୟ ଶାହଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟକୁ ନେଇ ହାଇକୋର୍ଟ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ପଞ୍ଜିକୃତ କରାଯାଇଛି । ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସେ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି । ଏହା ସହିତ ଜଲଦି ଶୁଣାଣି କରିବାକୁ ସେ ନିବେଦନ କରିଛନ୍ତି ।

ତାଙ୍କ ବିରୋଧରେ ଏଫଆଇଆର ରୁଜୁ ଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ। ମନ୍ତ୍ରୀଙ୍କ ବିରୋଧରେ ବିଏନଏସର ୩ଟି ଅଲଗା ଅଲଗା ଧାରାରେ ଏଫଆଇଆର ପଞ୍ଜିକୃତ ହୋଇଛି ।

କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ବିରୋଧରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଦେଇଥିଲେ ବୟାନ। ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରେସ ବ୍ରିଫିଂ ସୋଫିଆ କରିଥିବାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟ ନିଜ ଆଡୁ କରିଥିଲେ ମାମଲା ରୁଜୁ। କର୍ଣ୍ଣେଲ ସୋଫିଆ ଜଣେ ଆତଙ୍କୀଙ୍କ ଭଉଣୀ ବୋଲି କହିଥିଲେ ବିଜୟ ।  ରାମକୁଣ୍ଡ ଗ୍ରାମରେ ଆୟୋଜିତ ଏକ ସଭାରେ ବିଜୟ ଏହି ବିବାଦୀୟ ବୟାନ ଦେଇଥିଲେ। ବିଜୟଙ୍କ ଏହି ବୟାନକୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା। ସେ ଏହି ବୟାନ ନେଇ କ୍ଷମା ପ୍ରାର୍ଥନା କରିଥିଲେ।

Latest Posts

Don't Miss