୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧକୁ ପୂରିଲା ୪୯ ବର୍ଷ, ଭୁବନେଶ୍ୱର ୧୨୦ ବାଟାଲିଅନ ପରିସରରେ ବିଜୟ ଦିବସ ପାଳନ

1 min read

ଭୁବନେଶ୍ୱର: ଆଜି ଦେଶ ପାଳୁଛି ବିଜୟ ଦିବସ । ଭୁବନେଶ୍ୱର ୧୨୦ ବାଟାଲିଅନ ପରିସରରେ ପାଳିତ ହୋଇଯାଇଛି ବିଜୟ ଦିବସ ।  ୧୯୭୧ ମସିହାରେ ଭାରତ-ପାକ ଯୁଦ୍ଧରେ ଭାରତୀୟ ସେନା ବିଜୟ ହୋଇଥିଲା । ଆଉ ସେପଟେ ବଲାଦେଶର ଅଭ୍ୟୁଦୟ ହୋଇଥିଲା । ସେହି ଉଦ୍ଧେଶ୍ୟରେ ଆଜିର ଦିନକୁ ମନେ ପକାଇବା ପାଇଁ ଏହି ବିଜୟ ଦିବସ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସେନାର ପୂର୍ବତନ ଅଧିକାରୀ, ବାଟାଲିଅନ କମାଣ୍ଡାଣ୍ଟ ଯୋଗ ଦେଇଥିଲେ । ଏହା ସହ ତତ୍ତକାଳୀନ ଅଧିକାରୀ ଓ ସହିଦ ପରିବାର ଯୋଗ ଦେଇଥିଲେ । ଏହି ଯୁଦ୍ଧରେ ପାକ୍‌ର ୯ ହଜାର ସେନା କର୍ମଚାରୀ ନିହତ ହୋଇଥିବା ବେଳେ ୯୩ ହଜାର ସୈନିକ ଆତ୍ମସମର୍ପଣ କରିଥିଲେ । ଭାରତର ୩ ହାଜର ସୈନିକ ମଧ୍ୟ ସହିଦ ହୋଇଥିଲେ ।

Leave a Reply