ଚର୍ଚ୍ଚାରେ ବିଜୟ ଓ ରଶ୍ମିକାଙ୍କ ମାଳଦ୍ବୀପ ଫଟୋ

1 min read

ମୁମ୍ବାଇ: ସଦାସର୍ବଦା ଲାଇମ ଲାଇଟରେ ରହିଆସିଥିବା ବଲିଉଡ ପ୍ରତିଦିନ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରହିଥାଏ । ସେ ଫିଲ୍ମ ହେଉ ଅବା ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରେମସଂପର୍କ । ସେମିତି ନୂଆବର୍ଷରେ ଫ୍ୟାନ୍ସମାନଙ୍କୁ ମିଳିଯାଇଛି ନୂଆ ମସଲା । ଇଣ୍ଡଷ୍ଟ୍ରୀର ଦୁଇ ଲଭବାଡର୍ଙ୍କ ପ୍ରେମସଂପର୍କକୁ ନେଇ ଫ୍ୟାନ୍ସ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ପ୍ରେମ ସଂପର୍କକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ।

 

View this post on Instagram

 

A post shared by Vijay Deverakonda (@thedeverakonda)

ନିଜ ଇନଷ୍ଟାଗ୍ରାମ ପେଜରେ ରଶ୍ମିକାଙ୍କ ସହ ଏକ ବୋଲ୍ଡ ଫଟୋ ସେୟାର କରି ନୂଆବର୍ଷର ଅଭିନନ୍ଦନ ଦେବା ସହିତ ଫ୍ୟାନ୍ସ ମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛନ୍ତି । ଫଟୋରେ ଦୁହେଁ ଥିବାବେଳେ ବିଜୟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଏମିତି ବର୍ଷ ଯେଉଁଥିରେ ଆମେ ବହୁତ ହସିଛେ ଆଉ ଅଳ୍ପ କାନ୍ଦିଛେ, ଲକ୍ଷ୍ୟ ସାଧନ କରିଛେ ହେଲେ କିଛି ଜିତିଛେ ଓ କିଛି ହାରିଛେ ।

ଆମେ ସବୁ ମିଶି ସେଲିବ୍ରେଟ କରିବା, ଏଇତ ଜୀବନ । ନୂଆବର୍ଷର ହାର୍ଦ୍ଦିକ ଅଭିନନ୍ଦନ ମାଇଁ ଲଭ୍ । ଓ ଏପଟେ ମଧ୍ୟ ରଶ୍ମିକା ଏକ ଫଟୋ ସେୟାର କରି ଲେଖିଛନ୍ତି ହାଲୋ ୨୦୨୩ । ଦୁହିଙ୍କ ଫଟୋ ଦେଖି ଫ୍ୟାନ୍ସମାନେ ବିଭିନ୍ନ ଅନୁମାନ ଲଗାଉଥିବା ବେଳେ ଏପର୍ଯ୍ୟନ୍ତ ଏନେଇ କୌଣସି ସଠିକ ତଥ୍ୟ ମିଳି ପାରିନାହିଁ ।

ଏହି ଫଟୋଗିଡିକ ମାଳଦ୍ବୀପର ଜଣାପଡିଥିବା ବେଳେ ଫ୍ୟାନ୍ସମାନେ ଉଭୟ ତାରକାଙ୍କ ଫଟୋକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି । ହେଲେ ଦୁହେଁ ପ୍ରକୃତରେ ଡେଟିଂ କରୁଛନ୍ତି କି ନାହିଁ ଜଣାନଥିବା ବେଳେ ରଶ୍ମିକା ବିଜୟଙ୍କ ଅତି ନିକଟତର ବୋଲି ଏକ ସୋରେ କହିଥିଲେ । ତେବେ ଦୁହେଁ ନିଜର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଥିବା ଜଣାପଡିଛି ।