ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ଯନ୍ତ୍ରୀ
1 min read
ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା କେବିକେ MI ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ରେଡ୍ ହୋଇଛି। ଭୁବନେଶ୍ବରର ୩ଟି, ଅନୁଗୁଳର ୨ଟି, ଭବାନୀପାଟଣାର ଅଫିସ ଚାମ୍ବର ଓ ସରକାରୀ କ୍ବାର୍ଟରେ ରେଡ୍ ହୋଇଥିବା ସୂଚନା ମିଳିଛି । ରସୁଲଗଡ ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟର ୩୦୧ ନମ୍ବର ଫ୍ଲାଟ୍, ଖାରବେଳନଗର ବୈଷ୍ଣୋ ରେଗେନ୍ସିରେ ଥିବା ପ୍ରଥମ ମହଲା ଘର, ସହିଦନଗର ଇମ୍ପେରିଆ ଆପାର୍ଟମେଣ୍ଟରେ ଥିବା ପ୍ରଥମ ମହଲାରେ ଚାଲିଛି ଭିଜିଲାନ୍ସ ଛାପା ।
ସେହିପରି ଅନୁଗୁଳ ତୁରଙ୍ଗ ମୌଜାରେ ଥିବା ଦୁଇ ମହଲା କୋଠା, ଗୋଟିଏ ପ୍ଲଟ୍ ସହ ଠାକୁରମୁଣ୍ଡାର ପୈତୃକ ଘରେ ଚାଲିଛି ଭିଜିଲାନ୍ସ ଛାପା । ରେଡ୍ରେ ୪ଜଣ ଡିଏସପି, ୯ ଇନସ୍ପେକ୍ଟର, ୩ ଏସଆଇ ଓ ଏଏସଆଇ ସାମିଲ ଅଛନ୍ତି ।