ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ, ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼

ସୋନପୁର: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୋନପୁର ଜିଲ୍ଲା ତରଭା ଦୁବୁଲା ପ୍ୟାକ୍ସର ସମ୍ପାଦକ ମସୁଦ ମହମ୍ମଦଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ । ବଲାଙ୍ଗୀରସ୍ଥିତ ସାଲେପଲି ଘର ଓ ଦୁବୁଲା କାର୍ଯ୍ୟାଳୟ ସମେତ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ବରଗଡ଼ରେ ରେଡ୍ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଆଦେଶରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଏମ୍. ମିଞ୍ଜଙ୍କ ନେତୃତ୍ୱରେ ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ବଲାଙ୍ଗୀର ଘରୁ ନଗଦ ଲକ୍ଷାଧିକ ଟଙ୍କା, ସୁନା ଗହଣା ସମେତ ଜମିବାଡ଼ି କାଗଜପତ୍ର, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଜବତ କରିଥିବା ବେଳେ ସମ୍ପତିର ଆକଳନ କରାଯାଇନାହିଁ । ସୋନପୁର ଜିଲ୍ଲା ତରଭା ବ୍ଳକ ଚାରଭଟା ଓ ଦୁବୁଲାର ଦୁଇଟି ପ୍ୟାକ୍ସରେ ସମ୍ପାଦକ ଦାୟିତ୍ବରେ ଅଛନ୍ତି ମସୁଦ । ପ୍ୟାକ୍ସ ସମ୍ପାଦକ ମସୁଦ ଚାଷୀଙ୍କ ଠାରୁ ବେଆଇନ ଭାବେ ଧାନ କିଣାବିକା କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି । ଚାକିରୀ କାଳରେ ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଥିବା କହିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଏସପି ଏମ୍. ମିଞ୍ଜ ।

Leave a Reply